Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁଲୁକୁଛି ଝାରସୁଗୁଡା ମାଟି, ମୈଦାନରେ ଦମ୍ ଦେଖାଉଛନ୍ତି ସବୁ ଦଳର ପ୍ରାର୍ଥୀ

2/05/2023 at 12:21 PM

ଝାରସୁଗୁଡା ୦୨/୦୫: ଝାରସୁଗୁଡା ଉପନିର୍ବାଚନକୁ ହାତରେ ଆଉ କମ ସମୟ । ତେଣୁ ଶେଷ ମୁହୂର୍ତ୍ତରେ ସବୁ ଦଳ ନିଜର ଦମ୍ ଦେଖାଇବାରେ ଲାଗିଛନ୍ତି । ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ କିର୍ମିରା ବ୍ଲକରେ ପ୍ରଚାର କରୁଛନ୍ତି । ଏଥିସହ ଦଳର ଅନ୍ୟ ହେଭିୱେଟ ନେତା ବିଭିନ୍ନ ବ୍ଲକ ଓ ପୋୖରାଞ୍ଚଳରେ ପ୍ରଚାର କରୁଛନ୍ତି ।

ସେହିପରି ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀ ୬ ନମ୍ବର ୱାର୍ଡରେ ପ୍ରଚାର କରିଥିବା ବେଳେ ବିଜେପି ପକ୍ଷରୁ ଏକ ବାଇକ ଶୋଭାଯାତ୍ରାରେ ୨୪ ୱାର୍ଡ ପରିକ୍ରମା କରିବ । ବିଜେପିର ଅନ୍ୟ ନେତାମାନେ ମଧ୍ୟ ବିଭିନ୍ନ ବ୍ଲକରେ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଲାଇକେରା ବ୍ଲକ ରେ ପ୍ରଚାର କରିବେ ।

   Related Posts