ଭୁବନେଶ୍ୱର ୧୩।୦୪ : ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ବି ଛକା ପଞ୍ଝା ଭିତରେ ରହିଛି ୧୩ଟି ବିଧାନସଭା ଆସନ। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କୌଣସି ବି ଏବେ ଯାଏଁ ଏହି ଆସନରେ ଦେଇନାହାନ୍ତି ପ୍ରାର୍ଥୀ । ପରସ୍ପରକୁ ଅନାଇ ବସିଛନ୍ତି ତିନି ଦଳ ।
ତେବେ ଏହି ସବୁ ସିଟ୍ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ୩ ଆସନ ଥିବା ବେଳେ ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ୨ଟି ଲେଖାଏଁ ଆସନ ରହିଛି । ବାକି କେନ୍ଦୁଝର, ଯାଜପୁର, ଢେଙ୍କାନାଳର , କେନ୍ଦ୍ରାପଡା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ ଲେଖାଏଁ ଆସନ ରହିଛି । ସେହିପରି ବିଧାନସଭା ଆସନ ଗୁଡିକ ହେଲା କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ମୟୁରଭଞ୍ଜ ଜିଲ୍ଲାର ସରସ କଣା, ବାଙ୍ଗିରିପୋଷି, କରଂଜିଆ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ନୀଳଗିରି, ଯାଜପୁର ଜିଲ୍ଲାର ବାରି, ଢାଙ୍କାନାଳ ଜିଲ୍ଲାର ହିନ୍ଦୋଳ, କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଏବଂ ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ଏବଂ ପୁରୀ ଜିଲ୍ଲାର କାକଟପୁର ବିଧାନସଭା ଆସନ ରହିଛି।