ଗଞ୍ଜାମରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ CCTV

Published By : Prameya-News7 Bureau | May 21, 2024 IST

ଛତ୍ରପୁର ୨୧।୫: ଇଭିଏମ ମେସିନରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷାରେ ମେସିନ ଗୁଡିକ ରଖାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା କର୍ମୀଙ୍କ ସହ ସିସିଟିଭି ନଜରରେ ରହିଛି ଷ୍ଟ୍ରଙ୍ଗରୁମ । 

ସୋମବାର ଶେଷ ହୋଇଥିବା ନିର୍ବାଚନ ପରେ ଇଭିଏମ ଗୁଡିକ ଷ୍ଟ୍ରଙ୍ଗରୁମ ରଖାଯିବା ସହ ଉକ୍ତ କୋଠରୀ ଗୁଡିକ ସିଲ୍ କରାଯାଉଛି । ଉକ୍ତ କୋଠରୀ ଗୁଡିକୁ ସୁରକ୍ଷା କର୍ମୀ ଜଗି ରହିଛନ୍ତି । ବ୍ରହ୍ମପୁରରେ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ ବ୍ରହ୍ମପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ୍ ବାକ୍ସ ଗୁଡିକ ରଖାଯାଇଥିବା ବେଳେ ଛତ୍ରପୁର ଅନସ୍ଲୋ ସ୍କୁଲରେ ଛତ୍ରପୁର, ଖଲ୍ଲିକୋଟ, ହିଞ୍ଜିଳି, କବିସୂର୍ଯ୍ୟନଗର ଓ ପୋଲସରା ନିର୍ବାଚନ ମଣ୍ଡଳୀର ଭୋଟ୍ ବାକ୍ସ ରଖାଯାଇଛି । ସେହିପରି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରୁ ଭଞ୍ଜନଗର, ସୋରଡ଼ା ଓ ଆସିକା ନିର୍ବାଚନ ମଣ୍ଡଳୀ ଭୋଟ୍ ବାକ୍ସ ରଖାଯାଇଛି । ଜୁନ୍ ୪ ରେ ଗଣତି ହେବ ।

You Can Read :

ଭୁବନେଶ୍ବରକୁ World Class City ଭାବେ ଗଢିବାରେ ମୋତେ ସହଯୋଗ କରନ୍ତୁ, ଯୁବ ନେତା ମନ୍ମଥଙ୍କୁ ସୁଯୋଗ ଦିଅନ୍ତୁ : ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.