oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ସରୁନି ନେତାଙ୍କ ଦଳ ଡିଆଁ ପର୍ବ, ଅନେକ ନେତା ବିଜେପିରେ ମିଶିବା ନେଇ ଚର୍ଚ୍ଚା: ନବୀନ ନିବାସରେ ଚାଲିଛି ମିଶ୍ରଣ ପର୍ବ

17/03/2019 at 7:07 PM

କାଲିଠୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ହେଲେ ସରୁନି ନେତାଙ୍କ ଦଳ ଡିଆଁ ପର୍ବ । ନିଜ ଦଳ ଛାଡି ଅନ୍ୟ ଦଳକୁ ଡେଉଁଛନ୍ତି ନେତାଏ । ଖାସ କରି ବିଜେଡି ଓ ବିଜେପିରେ ଯେମିତି ମିଶ୍ରଣ ପର୍ବ ପ୍ରତିଯୋଗିତା ଚାଲିଛି । ଆଜି କାଲି ହାତ ଛାଡିଥିବା କଂଗ୍ରେସ ବିଧାୟକ ଆଜି ଦିଲ୍ଲୀରେ ପଦ୍ମ ଧରିଛନ୍ତି । ଆହୁରି ଅନେକ ନେତା ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଏପଟେ ନବୀନ ନୀବାସରେ ବି ବିଭିନ୍ନ ଦଳର ନେତାଙ୍କୁ ନେଇ ଚାଲିଛି ମିଶ୍ରଣ ପର୍ବ ।

କାଲି ହାତ ଛାଡିଥିଲେ ଆଜି ପଦ୍ମ ଧରିଲେ । ବିଜେପିରେ ମିଶିଛନ୍ତି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ଦିଲ୍ଲୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ବିଜେପିରେ ମିଶିବା ପରେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି ପ୍ରଶାନ୍ତ ବେହେରା।

ନବୀନ ନିବାସରେ ମିଶ୍ରଣ ପର୍ବର ଦୃଶ୍ୟ । ବଲାଙ୍ଗୀର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ବାଗତିକା ଗୁରୁ ଆଜି ଶଙ୍ଖ ଧରିଛନ୍ତି । ସେପଟେ ମନ୍ତ୍ରୀ ବଦ୍ରୀପାତ୍ରଙ୍କ ନେତୃତ୍ବରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକ ଲକ୍ଷ୍ଣଣ ମାହନ୍ତ  ତାଙ୍କର ୩ ଶହରୁ ଉର୍ଦ୍ଧ ସମର୍ଥକଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ଏହା ସହ ସାମାଜିକ କର୍ମୀ ମୀରା ପରିଡା ବି ଧରିଛନ୍ତି ଶଙ୍ଖ ।

ନାମାଙ୍କନ ପତ୍ର ଦାଖଲକୁ ନେଇ ପ୍ରାୟ ସବୁ ଦଳରେ କିଛି ନା କିଛି ଅସନ୍ତୋଷ ରହିଛି । ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର କୁସୁମ ଟେଟେ  ତାଙ୍କ ପରେ  ବ୍ରହ୍ମପୁର ସାଂସଦ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ଏବଂ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ଦଳ ଡିଆଁ ତାଲିକାରେ ଥିବା କୁହାଯାଉଛି ।

   Related Posts