ପୁରୁଷଙ୍କ ଠାରେ ଦେଖା ଦେଉଥିବା କର୍କଟ, ଜାଣନ୍ତୁ କଣ କଣ ?

Published By : Prameya-News7 Bureau | July 12, 2024 IST

ନୂଆଦିଲ୍ଲୀ ୧୨।୦୭: କର୍କଟ ଏବେ ସବୁଠାରୁ ଗୁରୁତର ରୋଗ ଭାବେ ଉଭା  ହୋଇଛିଯାହାର ଲକ୍ଷଣ ଆରମ୍ଭରୁ ଜଣା ନ ପଡିବା ହିଁ  ଘାତକ ସାବ୍ୟସ୍ତ ହେଉଛି। କର୍କଟ ଶରୀରର ଯେକୌଣସି ଅଙ୍ଗରୁ  ଆରମ୍ଭ ହେଲେ ମଧ୍ୟ କ୍ରମଶଃ ସାରା ଶରୀରକୁ ଆକ୍ରାନ୍ତ କରିଥାଏ ।  ସେଥିପାଇଁ ଏବେ ସାରା ବିଶ୍ୱରେ କର୍କଟ ଆକ୍ରାନ୍ତଙ୍କ ମୃତ୍ୟୁହାର  ସର୍ବାଧିକ । ଏମିତି କିଛି କର୍କଟ ରହିଛିଯାହା ମହିଳା ନୁହେଁ  କେବଳ ପୁରୁଷଙ୍କୁ ହିଁ ପ୍ରଭାବିତ କରିଥାଏ । ଏହା ମଧ୍ୟରେ ରହିଛି  ପ୍ରୋଷ୍ଟେଟ୍‌ କର୍କଟଅଣ୍ଡକୋଷ କର୍କଟଚର୍ମ କର୍କଟମୁଖ ଗହ୍ୱର  କର୍କଟ ଓ ଫୁସ୍‌ଫୁସ୍‌ କର୍କଟ । ଚାଲନ୍ତୁ ଜାଣିବା ଏସବୁ କର୍କଟର  ପ୍ରମୁଖ ଲକ୍ଷଣ ବିଷୟରେ । ପ୍ରୋଷ୍ଟେଟ୍‌ କର୍କଟ ପୁରୁଷଙ୍କଠାରେ ହେଉଥିବା ସବୁଠାରୁ ସାଧାରଣ କର୍କଟ ।  ଏହା ପ୍ରୋଷ୍ଟେଟ୍‌ ନାମକ ଗ୍ରନ୍ଥିରେ ହେଉଥିବା କର୍କଟଯାହା  ଟେଷ୍ଟୋଷ୍ଟେରେନ୍‌ ହର୍‌ମୋନ୍‌ ଓ ଶୁକ୍ରାଣୁ ଉତ୍ପାଦନ ପାଇଁ ଦାୟୀ ।  ଏହି କର୍କଟ ହେବା ଦ୍ୱାରା ପ୍ରୋଷ୍ଟେଟ୍‌ର କୋଷିକାଗୁଡିକ ଅସାମାନ୍ୟ  ଭାବେ ବୃଦ୍ଧି ପାଇଥାନ୍ତିଯାହା ସମୟକ୍ରମେ ଟ୍ୟୁମର୍‌ରେ ପରିବର୍ତ୍ତତ  ହୋଇଥାଏ । ଏହାର ପ୍ରମୁଖ ଲକ୍ଷଣ ହେଉଛି ପରିସ୍ରା ହେବାରେ  ସମସ୍ୟା ହେବାପରିସ୍ରାରେ ରକ୍ତ ଆସିବା ଓ ହାଡ଼ରେ ଯନ୍ତ୍ରଣା  ହେବା ସମସ୍ୟା ଦେଖା ଦେଇଥାଏ । 

ଅଣ୍ଡକୋଷ କର୍କଟ

ପୁରୁଷଙ୍କ ଅଣ୍ଡକୋଷର କୋଷିକାମାନେ ଅସାମାନ୍ୟ ଭାବେ ବୃଦ୍ଧି  ପାଇଲେଏହାକୁ ଅଣ୍ଡକୋଷ କର୍କଟ କୁହାଯାଏ । ସଚେତନତା  ଅଭାବରୁ ଏହି କର୍କଟ ଅନେକ ସମୟରେ ଘାତକ ସାବ୍ୟସ୍ତ  ହୋଇଥାଏ । ଆରମ୍ଭରୁ ଏହି କର୍କଟ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ ।  ଏହାର ଲକ୍ଷଣ ମଧ୍ୟରେ ରହିଛି ଅଣ୍ଡକୋଷ ଭାରି ଲାଗିବାଯନ୍ତ୍ରଣା  ହେବା ଓ ଅଣ୍ଡକୋଷ ମୋଡି ହେବା ଆଦି । 

ଚର୍ମ କର୍କଟ

ଏହା କେତେକ କ୍ଷେତ୍ରରେ ପୁରୁଷଙ୍କଠାରେ ହିଁ ଦେଖା ଦେଇଥାଏ ।  ଅନେକ ସମୟରେ ତ୍ୱଚାରେ ଥିବା କଳାଜାଇ ବା ଭାତୁରିର  ଆକାରରେ ପରିବର୍ତ୍ତନ ଆସିଥାଏ । ସେହି ସ୍ଥିତିରେ ଡାକ୍ତର  ବାୟୋପ୍ସି ପାଇଁ ପରାମର୍ଶ ଦେଇଥାନ୍ତି । ଏହା ମହିଳାଙ୍କ ଅପେକ୍ଷା  ପୁରୁଷଙ୍କଠାରେ ଅଧିକ ଦେଖା ଦେଇଥାଏ । 

ମୁଖ ଗହ୍ୱର କର୍କଟ

ଧୂମପାନ ବା ତମ୍ବାଖୁ ଖାଉଥିବା ପୁରୁଷଙ୍କଠାରେ ମୁଖ ଗହ୍ୱର  କର୍କଟର ଆଶଙ୍କା ଅଧିକ । ଏହି କର୍କଟ ହେଲେ ଓଠରେ ଧଳା,  ଲାଲ୍‌ ବା ହଳଦିଆ ରଙ୍ଗର ଚିହ୍ନ ଦେଖା ଦେଇଥାଏ । ସମୟ କ୍ରମେ  ଏହା ଅଲସରର ରୂପ ନେଇଥାଏ । ଆରମ୍ଭରୁ ଚିହ୍ନଟ ହେଲେ  ଏହାର ଚିକିତ୍ସା ସମ୍ଭବ । ରକ୍ତ ପରୀକ୍ଷା ଦ୍ୱାରା ଏହି କର୍କଟ ଚିହ୍ନଟ  କରାଯାଇଥାଏ । 

ଫୁସ୍‌ଫୁସ୍‌ କର୍କଟ

କାଶ ପଛରେ ଅନେକ କାରଣ ରହିଥାଏ । କିନ୍ତୁ ଯଦି କାଶ  ଧୀର୍ଘଦିନ ଧରି ରହିଥାଏତେବେ ଫୁସ୍‌ଫୁସ୍‌ କର୍କଟ ହେବାର  ଆଶଙ୍କା ସୃଷ୍ଟି ହୋଇଥାଏ । ଯଦି କାଶ ଓ ଶ୍ୱାସଜନିତ ସମସ୍ୟା  ୪ ସପ୍ତାହ ଯାଏ ଲାଗି ରହେତେବେ ଫୁସ୍‌ଫୁସ୍‌ କର୍କଟର  ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ତୁରନ୍ତ ଏହାର ଯାଞ୍ଚ କରିବା  ପାଇଁ ଡାକ୍ତର ପରାମର୍ଶ ନେବା ଆବଶ୍ୟକ । ଡାକ୍ତର ଏକ୍ସରେ  କରିବା ପାଇଁ ପରାମର୍ଶ ଦେଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.