ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ, ଶେଷରେ ଆଖି ବୁଜିଲେ ଘରର ରୋଜଗାରିଆ ପୁଅ

Published By : Prameya-News7 Bureau | October 03, 2020 IST

କନ୍ଧମାଳ୩/୧୦: ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ, ଶେଷରେ ଆଖି ବୁଜିଲେ କ୍ୟାନସର ଆକ୍ରାନ୍ତ ପୁଅ। ଏ ଦୁଆର, ସେ ଦୁଆର ହୋଇ ଶେଷରେ ଆଖି ବୁଜିଲେ କ୍ୟାନସର ରୋଗରେ ଆକ୍ରାନ୍ତ ଥିବା ଭାଗୀରଥୀ ବେହେରା। ମୃତ ଭାଗୀ ରଥୀଙ୍କ ବାପା କୁଞ୍ଜବିହାରୀ ଦୀର୍ଘ ଦିନ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇ ବିଛଣାରେ ପଡି ରହିଛନ୍ତି। ଭଲରେ ଚାଲିବୁଲି ପାରୁନାହାନ୍ତି। ଏପଟେ ଯବାନ ପୁଅର ମୃତ୍ୟୁରେ ବାପା କୁଞ୍ଜବିହାରୀ ସମେତ ପରିବାର ଲୋକ ଦୁଃଖରେ ଭାଗୀ ପଡିଛନ୍ତି ଆଉ ଆଖିରୁ ଲୁହ ସୁଶୁନି।

କ୍ୟାନସର୍ ପୀଡିତ ଭାଗୀରଥୀଙ୍କ ମୃତ୍ୟୁରେ ସୁଡ଼ୁରୁକୁମ୍ପାରେ ଶୋକାକୁଳ ପରିବେଶରେ କାହାରି ଆଖିରୁ ଲୁହ ଶୁଖୁନି। ଚିକିତ୍ସା ଅଭାବରୁ ଭାଗୀରଥୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଗାଁ ଲୋକ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଶେଷରେ ଖଜୁରୀପଡ଼ା ବିଡିଓ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଟଙ୍କା ଓ ରେଡ୍କ୍ରସ୍ ପାଣ୍ଠିରୁ ୧୦, ୦୦୦ ଟଙ୍କା ଦିଆଯାଇଥିଲା।

ସୁଚନାଯୋଗ୍ୟ ଯେ ଭାଗୀରଥୀଙ୍କ ଅବସ୍ଥା ଗୁରୁତର ହେବାରୁ ଶେଷରେ ପରିବାର ଲୋକ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏତିକି ବେଳେ ଭାଗୀରଥିଙ୍କ ମୃତ୍ୟୁ ଘଟିଥିଲା। ତେବେ ଭାଗୀରଥୀଙ୍କ ବାପା କୁଞ୍ଜବିହାରୀ ମଧ୍ୟ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁ ନାହାନ୍ତି। ଘରେ ଶେଜରେ ପଡି ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.