scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖାଦ୍ୟନଳୀ କ୍ୟାନସରରେ ଆକ୍ରାନ୍ତ ମକର ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

15/05/2018 at 11:50 AM

କୋରାପୁଟ ଜିଲ୍ଲା ବୋରିଗୁମ୍ମାର ବ୍ଳକ ନକୁଳଗୁଡାର ମକର ମାଳି।ବୟସ ପାଖାପାଖି ୪୫ ହେବ।ବଢେଇ କାମ କରି ପରିବାର ପୋଷୁଥିବା ବେଳେ ଏବେ ସେ ଖାଦ୍ୟନଳୀ କ୍ୟାନସର ପରି ଦୁରାରୋଗରେ ଆକ୍ରାନ୍ତ।ପାଖରେ ଯାହା ସମ୍ବଳ ଥିଲା ତାହା ଚିକିତ୍ସାରେ ସରି ଗଲାଣି।ପାଖରେ ଆଉ ଫୁଟି କଉଡିଟିଏ ନଥିବା ବେଳେ ଡାକ୍ତର କହୁଛନ୍ତି ତୁରନ୍ତ ଅପରେସନ ପାଇଁ ୭ ରୁ ୮ ଲକ୍ଷ ଟଂକା ଦରକାର।ହେଲେ ପାଖରେ ଟଂକା ପଇସା ନଥିବା ବେଳେ ଘରେ ଆଉ କେହି ରୋଜଗାରୀଆ ବି ନାହାଁନ୍ତି।ତେଣୁ ଗାଁ ଲୋକଙ୍କ ହାତଟେକାରେ ଏବେ ପରିବାର ବଂଚୁଥିବା ବେଳେ ମକରଙ୍କ ଚିକିତ୍ସାକୁ ନେଇ ଏବେ ନିରୁପାୟ ପରିବାର।
ଇଏ ହେଉଛନ୍ତି ମକର ମାଳି।ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳରର ନକୁଳଗୁଡାରେ।ବଢେଇ କାମ କରି ଯାହା ରୋଜଗାର କରି ଆଣୁଥିଲେ ସେଥିରେ ପରିବାରର ୫ ସଦସ୍ୟ ଖାଇ ପିଇ ହସ ଖୁସିରେ ଚଳି ଯାଉଥିଲେ।ହେଲେ ଏହି ହସଖୁସି ବେଶୀ ଦିନ ପାଇଁ ନଥିଲା।କାରଣ ଘରର ମୁରବୀ ମକର ଏବେ ଖାଦ୍ୟନଳୀ କ୍ୟାନସରେ ଆକ୍ରାନ୍ତ ହୋଇ ଏକ ପ୍ରକାର ଶର୍ଯ୍ୟାଶାୟୀ।ପେଟ ବଥା ଯୋଗୁଁ ଠିକରେ ସେ ବସି ବି ପାରୁ ନାହାଁନ୍ତି।୪ ମାସ ତଳେ ମକର ପେଟରେ ବଥା ଅନୁଭବ କରିବା ପରେ ସ୍ଥାନୀୟ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଜୟପୁର ଓ କୋରାପୁଟ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ତାଙ୍କ ଖାଦ୍ୟ ନଳୀରେ କ୍ୟାନସର ହୋଇଥିବା ଡାକ୍ତର କହିଥିଲେ।ଏହା ପରେ ସେ କଟକ ଓ ବିଶାଖାପାଟଣା ଯାଇ ଡାକ୍ତରଙ୍କୁ ଦେଖାଇଥିବା ବେଳେ ପାଖରେ ଥିବା ସବୁ ଟଂକା ଚିକିତ୍ସାରେ ସରିଯାଇଛି।ଏବେ କିନ୍ତୁ ଡାକ୍ତର କହୁଛନ୍ତି ତୁରନ୍ତ ଅପରେସନ ପାଇଁ ୭ ରୁ ୮ ଲକ୍ଷ ଟଂକା ଦରକାର।ହେଲେ ଘରେ କେହି ବି ରୋଜଗାରିଆ ନଥିବାରୁ ଏତେ ଟଂକା କେଉଁଠୁ ଆଣିବେ ଓ ମକରଙ୍କୁ କେମିତି ଚିକିତ୍ସା କରିବେ ତାକୁ ନେଇ ଚିନ୍ତାରେ ମକରଙ୍କ ପରିବାର।
ଗୋଟିଏ ପଟେ ଅସହ୍ୟ ଯନ୍ତ୍ରଣା ଓ ଅନ୍ୟ ପଟେ ଆର୍ଥିକ ସଂକଟ। ଏ ସବୁ ମଧ୍ୟରେ ମକରଙ୍କ ଚିକିତ୍ସାକୁ ନେଇ ନିରୁପାୟ ପରିବାର।ତେଣୁ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ମକରଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଏକ ଜୀବନ ଦୀପ ଅସମୟରେ ଲିଭିଯିବାରୁ ବର୍ତି ଯିବ।

Leave a Reply

   Related Posts