oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

କ୍ୟାନସର ରୋଗୀଙ୍କ ଚାକିରି ଚିନ୍ତା, ମେଡିକାଲ ବେଡ୍‌ରେ ଚାଲିଛି ଜବ୍‌ ଇଣ୍ଟରଭ୍ୟୁ

29/04/2022 at 9:01 AM

ନୂଆଦିଲ୍ଲୀ, ୨୯।୦୪ : Fight obstacles with courage ଅର୍ଥାତ୍‌ ପ୍ରତିବନ୍ଧକକୁ ସାହାସର ସହ ସାମ୍ନା କର। ଜୀବନରେ ଯେତେ ଖରାପ ପରିସ୍ଥିତି ଆସୁ ଧୈର୍ଯ୍ୟର ସହ ତାର ମୁକାବିଲା କର ଦେଖିବ ଦିନେ ନା ଦିନେ ସଫଳତା ମିଳିବ। ସେମିତି କିଛି ଚିନ୍ତା କରି ମେଡିକାଲ୍‌ରେ ଥାଇ ଚାକିରି ପାଇଁ ଇଣ୍ଡରଭ୍ୟୁ ଦେଇଛନ୍ତି ଜଣେ ବ୍ୟକ୍ତି।କେମୋ ଥେରାପି ଚାଲିଥିବା ସମୟରେ ବ୍ୟକ୍ତି ଜଣଙ୍କ ମେଡିକାଲ ବେଡ୍‌ରେ ବସି ଭିଡିଓ ଇଣ୍ଟରଭ୍ୟୁ ଦେଉଛନ୍ତି। ଏ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  

ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ହେଲେ ଝାରଖଣ୍ଡର ଆଇଟି ପ୍ରଫେସନାଲ ଅର୍ଶ ନନ୍ଦନ ପ୍ରସାଦ। ସେ ଜଣେ କ୍ୟାନସର ରୋଗୀ। ଏବେ ତାଙ୍କର କେମୋ ଥେରାପି ଚାଲିଛି। ଚିକିତ୍ସା ପାଇଁ ସେ ତାଙ୍କ ଚାକିରି ହରାଇଛନ୍ତି। ତଥାପି ମନରୁ ଆତ୍ମବିଶାସ ହାରିନି। ଅର୍ଶ ଭାବନ୍ତି ସେ ଖୁବ୍‌ ଶୀଘ୍ର ସୁସ୍ଥ ହେବେ ଏବଂ ପୂର୍ବ ପରି କାମ କରିବେ। ସେଥିପାଇଁ ସେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଛନ୍ତି।। ମେଡିକାଲ ଗାଉନ୍ ପିନ୍ଧି ଡାକ୍ତରଖାନା ଶଯ୍ୟାରେ ବସି ଇଣ୍ଡରଭ୍ୟୁ ଦେଉଛନ୍ତି ଅର୍ସ।

କିନ୍ତୁ ଅର୍ଶଙ୍କ ମନରେ କିଛି ଦୁଃଖ ରହିଯାଇଛି। ଏ ବିଷୟରେ ସେ ତାଙ୍କ  ସୋସିଆଲ୍‌ ମିଡିଆ ସାଇଟ୍‌ ଲିଙ୍କଡିନ୍‌ରେ ସେୟାର କରିଛନ୍ତି। ସାକ୍ଷାତକାରରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ଅର୍ସ। କିନ୍ତୁ ସେଥିରେ ଫେଲ୍‌ ମାରୁଛନ୍ତି। ଜୀବନର ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ଏ ସମୟରେ ବି ତାଙ୍କ ପରିସ୍ଥିତି କେହି ବୁଝୁନାହାନ୍ତି। କ୍ୟାନସର ବିଷୟରେ କହିବା ପରେ ବି କମ୍ପାନୀ ପକ୍ଷରୁ ରିଜେକ୍ସନ ମିଳିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅର୍ଶ।

ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌ ହେବା ପରେ ଲୋକେ ଏହା ବେସ୍‌ ହୃଦୟବିଦାରକ ଦୃଶ୍ୟ ବୋଲି ଲେଖିଛନ୍ତି। ଆଉ କିଛି ଲୋକ ଅର୍ଶ ଖୁବ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏବଂ ଭଲ କମ୍ପାନୀରେ ଚାକିରି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି।

   Related Posts