କର୍କଟ ରାଶି ପାଇଁ କେମିତି ରହିବ ୨୦୨୧: ଜାଣନ୍ତୁ ବାର୍ଷିକ ରାଶିଫଳ

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର ୧୨/୦୧ : କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୧ କିଭଳି ରହିବ ବର୍ଷର ପ୍ରଥମ ଭାଗରୁ ଶୁଭଫଳ ପାଇବେ। ଗୃହରେ ଶୁଭ କର୍ମ ଏବଂ ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ସୁଫଳ ମିଳିବ। ପାରିବାରିକ ସୁଖ ପାଇବେ। ବନ୍ଧୁ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି କରିବେ। ନୂତନ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ମିଳିବ।


ଭୂସମ୍ପତି ଲାଭ ଯୋଗ ରହିଛି। ବିଦେଶ ଯାତ୍ରା, ବିଦେଶ ପୁ଼ଞ୍ଜିନିବେଶରେ ଆଶିଂକ ଶୁଭ ପାଇବେ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। ସନ୍ତାନସନ୍ତତୀ କ୍ଷେତ୍ରରେ ଶୁଭଯୋଗ ରହୁଛି। ସ୍ୱାସ୍ଥ୍ୟଗତ ସ୍ଥିତି ମଧ୍ୟମ ଧରଣର ରହିବ। ଆର୍ଥିକ ସ୍ଥିତିର କିଛିଟା ସୁଧାର ଆସିବ।


ଏପ୍ରିଲ ୫ ତାରିଖ ପରେ ବହୁ ଅଶୁଭ ଫଳ ପାଇବେ। ଶୁଭ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିବ। ଘରୋଇ ଶତୃତା, ଭାତୃ, ସ୍ୱଜନ ବିରୋଧ ଲାଗି ରହିବ। ଚାକିରୀ କ୍ଷେତ୍ରରେ ବୃଥା ସ୍ଥାନାନ୍ତରିତ ଦେଖାଦେବ। ବ୍ୟବସାୟରେ ଘାଟା, ହାନି ଲାଗିରହିବ। ଶତୃବାଧା, ଚୋରି, ତସ୍କର ମାନଙ୍କର ଆକ୍ରୋଶର ଶିକାର ହେବେ। ହାତରୁ ଚାଲି ଯାଇଥିବା ଧନ ଫେରିବା କଷ୍ଟକର ହେବ। ପାରିବାରିକ ସ୍ଥିତି ଦୁର୍ବଳ ହେବ। ଅଶାନ୍ତି ଲାଗିରହିବ। ସନ୍ତାନସନ୍ତତୀ ଙ୍କୁ ନେଇ କଷ୍ଟ ପାଇବେ।


ଦୁର୍ଘଟଣା ଭୟ ଲାଗି ରହିବ। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିବ। ଋଣଭାର ବଢିବ, ବିଶ୍ୱାସ ଘାତକତାର ଶିକାର ହେବେ।
ବିଦେଶ ଯାତ୍ରାରେ ଅସଫଳ,ବିଦେଶୀୟ ପୁ଼ଞ୍ଜିନିବେଶରେ ଘାଟା ସହିବେ। ସ୍ୱାସ୍ଥ୍ୟଗତ କଷ୍ଟ, ଉଚ୍ଚ ରକ୍ତଚାପ, ଗ୍ୟାସ୍, ଶିରା ଜନିତ କଷ୍ଟ ଅନୁଭବ କରିବେ। ଛାତି, ହୃଦ୍ ଜନିତ କଷ୍ଟ ସହ ବହୁ ଅଜଣା ରୋଗର କଷ୍ଟ ଭୋଗ କରିବେ। ଅପବ୍ୟୟ ଲାଗି ରହିବ। କୋର୍ଟ କଚେରୀ ଆଦିର ରାଜଦଣ୍ଡ ଭୟ ଦେଖାଦେବ। ଜଗି ରହି ଚଳିବେ।

ସେପ୍ଟେମ୍ବର ୧୪ ତାରିଖ ପରେ କିଛିଟା ପରିବର୍ତ୍ତନ ଦେଖାଦେବ। ପୂର୍ବବତ୍ତ ଆଶିଂକ ଶୁଭଫଳ ପାଇବେ।
ନଭେମ୍ବର ୧୧ ତାରିଖ ପରେ ପୁନଶ୍ଚ ଅଶୁଭ ଫଳ ଅନୁଭବ କରିବେ।


ଉପଚାର :-
ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ
ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ
ଛୋଟପିଲା ମାନଙ୍କୁ ମିଠା ଖାଇବାକୁ ଦିଅନ୍ତୁ
ଗାଈ, କୁଆ, କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.