ଚାଲାଣ ବେଳେ ୭ କେଜି ଗଞ୍ଜେଇ ଜବତ; ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 29, 2022 IST

ଚଣ୍ଡିଖୋଲ ୨୯/୧୨: ଯାଜପୁର ଜିଲ୍ଲା ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ। ଏହି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ। ଖବର ଅନୁସାରେ, ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଣ୍ଡିଖୋଲ ପାଖରୁ ଗୋଟିଏ କାରରୁ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୭କେଜି ବୋଲି ପୋଲିସ କହିଛି। ମାର୍ଶାଘାଇର ଗଞ୍ଜେଇ ବେପାରୀ ପ୍ରଭାତ କୁମାର ବେହେରା ଏକ କାରରେ ଫୁଲବାଣୀରୁ ଗଞ୍ଜେଇ ଆଣି ବିଭିନ୍ନ ଜାଗାରେ ବିକ୍ରି କରୁଥିଲେ।

ପୋଲିସ ଛତିଆରୁ ଏହି କାରକୁ ପିଛା କରି ଚଣ୍ଡିଖୋଲ ପାଖରେ ଅଟକାଇବା ସହ ଗଞ୍ଜେଇ ମାଫିଆକୁ ଧରିଥିଲା। ଗଞ୍ଜେଇ କିଣିବାକୁ ସେଠାକୁ ଆସିଥିବା ସୁଶାନ୍ତ ରାଉତକୁ ପୋଲିସ କାବୁ କରିଥିଲା। ସେତିକିବେଳେ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅନ୍ୟ ଜଣେ ମହିଳା ସେଠାରୁ ଖସିଯାଇଥିଲେ। ଗୁରୁବାର ଧର୍ମଶାଳା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ ଗୋଟିଏ କାର, ବାଇକ ସହିତ ମୋବାଇଲ ଓ ନଗଦ ଟଙ୍କା ଜବତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.