୪୦ ଫୁଟ ଧସିଲା କେନାଲ ବନ୍ଧ ରାସ୍ତା, ଗାଁଲୋକେ ଭୟଭୀତ
26/08/2020 at 3:54 PM

ସାଲେପୁର ୨୬।୮: କେନାଲ ବନ୍ଧରେ ୪୦ ଫୁଟରୁ ଅଧିକ ରାସ୍ତା ଧସିଥିବାବେଳେ ଗାଁ ଲୋକେ ଭୟଭୀତ । ଜଗତପୁର କେନ୍ଦ୍ରାପଡା କେନାଲର ବାରବୋଡିଆ ଢିହସାହି ନିକଟରେ କେନାଲ ସାଇଡ ୱାଲ ଭାଙ୍ଗି ୪୦ଫୁଟରୁ ଅଧିକ ରାସ୍ତା ଧସିଯାଇଛି । କେନାଲରେ ପାଣି ଫୁଲ୍ ଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି କରିଛି। ୪୦ ଫୁଟର ରାସ୍ତା ଧସିଯିବା ଫଳରେ କେତେବେଳେ ଅଘଟକୁ ଏଡାଇ ଦିଆଯାଇନପାରେ । ସମ୍ପୂର୍ଣ୍ଣ ରାସ୍ତାଟି ଭାଙ୍ଗିବା ପୂର୍ବର ସ୍ଥାନୀୟ ଲୋକେ ଖବର ଦେଇଥିଲେ ବିଭାଗୀୟ ଅଧିକାରୀଙ୍କୁ । ହେଲେ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।
ଘଟଣାସ୍ଥଳରେ ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭୟରେ ଅଛନ୍ତି ଗାଁଲୋକେ । ଯଦି କେନାଲ ବନ୍ଧ ଭାଙ୍ଗି ଯାଇଥାନ୍ତା ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହେବା ସହ ଧନଜୀବନ ନଷ୍ଟ ହୋବାର ଯଥେଷ୍ଟ ସମ୍ଭାବନା ରହିଛି । ତୁରନ୍ତ ବନ୍ଧ ମରାମତି କରାନଯାଏ କିଛି ବି ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ।