scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ଚାପ ଆଗରେ ନଇଁଲା କାନାଡା, ପନ୍ନୁର ଧମକକୁ ନେଇ ଏପର୍ଯ୍ୟନ୍ତ ୧୦ ଗିରଫ

12/11/2023 at 5:44 PM

ଟୋରଣ୍ଟୋ ୧୨।୧୧: ଭାରତ ଓ କାନାଡା ସମ୍ପର୍କ ଗତ କିଛି ମାସ ହେଲା ଏତେଟା ଭଲ ନାହିଁ। ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ନୂଆଦିଲ୍ଲୀ ଲଗାତାର ଚାପ ପକାଉଛି। ଏଥିରେ ଏବେ ଖବର ଆସୁଛି ଖାଲିସ୍ତାନୀ ସମର୍ଥକ ତଥା ଶିଖ ଫର ଜଷ୍ଟିସ୍ ମୁଖିଆ ଗୁରୁପତୱନ୍ତ ସିଂହ ପନ୍ନୁ ଦ୍ୱାରା ଏୟାର ଇଣ୍ଡିଆ ବିମାନ ଉଡାଇବାକୁ ଦିଆଯାଇଥିବା ଧମକରେ କନାଡା ସୁରକ୍ଷା ଏଜେନ୍ସୀମାନେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କଲେଣି।

ଟୋରଣ୍ଟୋ ବିମାନ ବନ୍ଦରରେ ୧୦ ସନ୍ଦିଗ୍ଧଙ୍କୁ ଧରି ପଚରା ଉଚରା କରାଯାଇଛି। ଆତଙ୍କବାଦୀ ପନ୍ନୁର ଧମକ ପରେ ଭାରତୀୟ ଅଧିକାରୀମାନେ କନାଡାର ଶୀର୍ଷ ଅଧିକାରୀଙ୍କ ନିକଟରେ ପ୍ରସଙ୍ଗ ଉଠାଇଥିଲେ। ଏଣୁ ଏବେ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଉଛି। କାନାଡା ପରିବହନ ମନ୍ତ୍ରୀ ପାବ୍ଲୋ ରୋଡ୍ରିଗସ୍ କହିଛନ୍ତି ଯେ ଫେଡେରାଲ ପୋଲିସ ୧୯ ନଭେମ୍ବର ଏୟାର ଇଣ୍ଡିଆ ଉଡାଣରେ ବୋମା ଧମକର ଯାଞ୍ଚ କରୁଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପନ୍ନୁ ନଭେମ୍ବର ୧୯ ତାରିଖରେ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବନ୍ଦ କରିବାକୁ ଧମକ ଦେଇଛି। ଏଥିରେ ପନ୍ନୁ ତାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚିତ କରି କହିଛି ଯେ ୧୯ ନଭେମ୍ବର ସେହି ଦିନ, ଯେଉଁ ଦିନ କ୍ରିକେଟ ୱାର୍ଲଡ କପର ଫାଇନାଲ। ଆତଙ୍କବାଦୀ ପନ୍ନୁ ଦ୍ୱାରା ଜାରି ଭିଡିଓରେ ଭାରତ ଶିଖମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଥିଲା।  

ଇସ୍ରାଏଲ-ହମାସ ଯୁଦ୍ଧ ଜୋରଦାର; ନେତାନ୍ୟାହୁ କହିଲେ ଗାଜା ଅକ୍ତିଆର ଆମ ଲକ୍ଷ୍ୟ ନୁହେଁ

   Related Posts