ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚୀନରେ ପପ୍ ଷ୍ଟାରଙ୍କୁ ୧୩ ବର୍ଷ ଜେଲ ଦଣ୍ଡ, ଏହି ମାମଲାରେ ଥିଲେ ଅଭିଯୁକ୍ତ

25/11/2022 at 6:50 PM

ନୂଆଦିଲ୍ଲୀ: ଚୀନର ଏକ ଅଦାଲତ ଜଣାଶୁଣା କାନାଡିଆନ୍ ପପ୍ ଷ୍ଟାର କ୍ରିସ ବୁଙ୍କୁ ଦୁଷ୍କର୍ମ ସହ ଅନ୍ୟ ମାମଲାରେ ଶୁକ୍ରବାର ଦୋଷୀ ଘୋଷଣା କରି ୧୩ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ବେଜିଂର ଚାଓୟାଙ୍ଗ ଜିଲ୍ଲା କୋର୍ଟ କହିଛନ୍ତି, କ୍ରିସ ବୁଙ୍କୁ ୨୦୨୦ ଦୁଷ୍କର୍ମ ମାମଲାରେ ୧୧ ବର୍ଷ ଏବଂ ଛଅ ମାସର ଦଣ୍ଡ ଦିଆଯାଇଛି । ଅନ୍ୟପଟେ ଯୌନ ନିର୍ଯାତନା ମାମଲାରେ ସାମିଲ କରାଇବା ପାଇଁ ଭିଡ ଏକାଠି କରିବା ଅପରାଧରେ ଗୋଟିଏ ବର୍ଷ ଏବଂ ୧୦ ମାସ ଦଣ୍ଡ ଦିଆଯାଇଛି । ଏହି ମାମଲା ୨୦୧୮ ମସିହାର, ଏଥିରେ କ୍ରିସ ଏବଂ ଅନ୍ୟ କିଛି ଜଣ କଥିତ ରୂପେ ଦୁଇ ମହିଳାଙ୍କୁ ଯୌନ ଶୋଷଣ କରିଥିଲେ ।

କୋର୍ଟ କହିଛନ୍ତି, ଦୁଷ୍କର୍ମ ମାମଲାରେ ତିନି ପୀଡିତ ମଧ୍ୟ ନିଶାଗ୍ରସ୍ତ ଥିଲେ ଏବଂ ବିରୋଧ କରିବାରେ ଅସମର୍ଥ ଥିଲେ । ଏଥିରେ କୁହାଯାଇଛି ଯେ, ୧୩ ବର୍ଷ ଦଣ୍ଡ ପାଇଁ ମିଳିତ ରୂପେ ସହମତି ପ୍ରକାଶ ପାଇଛି ଏବଂ ଜେଲ ଦଣ୍ଡ ସରିବା ପରେ କ୍ରିସ ବୁଙ୍କୁ ଦେଶରୁ ବାହାର କରାଯିବ ।

ପପ୍ ଷ୍ଟାରଙ୍କୁ ନେଇ ଦଣ୍ଡ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପପ୍ ଷ୍ଟାରଙ୍କ ଅନେକ ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଅନ୍ୟପଟେ ଅନେକ ଇଣ୍ଟରନେଟ୍ ୟୁଜର ପପ୍ ଷ୍ଟାରଙ୍କୁ ନେଇ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।  

   Related Posts