ଜଷ୍ଟିନ୍ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ ? କାନାଡା ପିଏମଓ ରଖିଲା ସଫେଇ, ଗଣମାଧ୍ୟମକୁ ଟାର୍ଗେଟ
29/09/2023 at 7:43 PM

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ସାମିଲ୍ ହେବାକୁ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କେକୋନ୍ ! ପୂର୍ବତନ କୁଟନୀତିଜ୍ଞ ଦୀପକ ବୋହରାଙ୍କ ଏଭଳି ଅଭିଯୋଗ ପରେ ବଢ଼ିଥିଲା, ଏହି ପ୍ରସଙ୍ଗ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ପାଲଟିଥିଲା। ଏହାରି ମଧ୍ୟରେ ଏବେ କାନାଡା ପିଏମଓ ଏହାକୁ ନେଇ ସ୍ପଷ୍ଟ କରିଛି।
କାନାଡ ପିଏମଓ ଟୋରଣ୍ଟୋ ସନକୁ ଦେଇଥିବା ପ୍ରତିକ୍ରିୟାରେ ଏଭଳି ଖବରକୁ ଖଣ୍ଡନ କରିଛି କାର୍ଯ୍ୟାଳୟ। କାନଡାର ପିଏମଓ କହିଛି ‘ଏହା ସଂପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ଏହା ଏକଥାର ଉଦାହରଣ ଯେ, କିଭଳି ମିଡିଆ ରିପୋର୍ଟ ଦ୍ବାରା ଗୁଜବ ପ୍ରଚାର କରାଯାଇପାରେ।’
ସୂଚନାଥାଉକି, ସୁଡାନରେ ଭାରତ କୂଟନୀତିଜ୍ଞ ରହିସାରିଥିବା ଦୀପକ ବୋହରା ଏକ ଟିଭି ଚ୍ୟାନେଲରେ ସାକ୍ଷତକାର ସମୟରେ ଏଭଳି ଚାଞ୍ଚଲ୍ୟକର ଦାବି କରିଥିଲେ। ବୋହରା ଅଭିଯୋଗ ଆଣି କହିଥଲେ ଯେ,‘‘ ସୋସିଆଲ ମିଡିଆରେ କିଛି ‘ବିଶ୍ବସନୀୟ ଗୁଜବ’ କହୁଛନ୍ତି ଟ୍ରୁଡୋଙ୍କ ବିମାନ କୋକେନରେ ଭରିରହିଥିଲା। ଆମେ ଏହାର ବାସ୍ତବିକତା ଜାଣିନାହୁଁ।’’
ଆହୁରି ପଢ଼ନ୍ତୁ: ନିଜ୍ଜର ହତ୍ୟାରେ ISI ହାତ! ଭାରତ ଓ କାନାଡା ସମ୍ପର୍କ ଖରାପ୍ ପଛରେ ପାକିସ୍ତାନ ଷଡଯନ୍ତ୍ର ଥିବା ଖୁଲାସା
ବୋହରା ଆହୁରି କହିଥିଲେ ‘‘ଟ୍ରୁଡୋ ରାଷ୍ଟ୍ରପତିଙ୍କ ରାତ୍ରିଭୋଜନରେ ସାମିଲ୍ ହୋଇନଥିଲେ କାରଣ କିଛି ଲୋକଙ୍କ କହିବା ଅନୁଯାୟୀ ସେ ନିଶା କାରଣରୁ ନିଜ ହୋଶ୍ରେ ନଥିଲେ। ଏଥିପାଇଁ ସେ ଦୁଇ ଦିନ ପର୍ଯ୍ୟନ୍ତ ନିଜ ରୁମ୍ରେ ରହିଥିଲେ।’’ ବୋହରାଙ୍କ ଏହି କ୍ଲିପ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ଏହି କାରଣରୁ ଏବେ କାନାଡାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି ବୟାନ ଜାରି କରିଛି।
ଚଳିତ ମାସରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀ ସାମିଲ୍ ହୋଇଥିଲେ। ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ତମାମ ଦେଶର ମୁଖ୍ୟ ଯୋଗଦେଇଥିଲେ। ଅବଶ୍ୟ ଟ୍ରୁଡୋଙ୍କ ବିମାନ ଖରାପ ହେବା କାରଣରୁ ତାଙ୍କୁ ଅଧିକ ସମୟ ଭାରତରେ ରହିବାକୁ ପଡ଼ିଥିଲା। ଦେଶକୁ ଫେରିବା ପରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ କାନାଡା ଭାରତର ହାତ ଥିବା ସମ୍ଭାବନା କହିଥିଲେ, ଯାହାକୁ ଭାରତ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲା। ଏହାପରଠାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି।
ଆହୁରି ପଢ଼ନ୍ତୁ: ଚରମ ସୀମାରେ ଭାରତ-କାନାଡା ବିବାଦ, ବ୍ୟବସାୟରେ ପଡିଲା ଇଫେକ୍ଟ