Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି, ଠିକ୍ ନହେବା ଯାଏଁ ଭାରତରେ ରହିବେ

11/09/2023 at 11:40 AM

ନୂଆଦିଲ୍ଲୀ ୧୧/୦୯: ସରିଛି G_20 ଶିଖର ସମ୍ମିଳନୀ । ଅନେକ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ସରିଛି ଦ୍ୱିପାକ୍ଷିକ ଆଲୋଚନା । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଥିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା କହିଥିଲେ ପାଇଲଟ୍ । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ହିଁ ଅଟକିବାକୁ ପଡିବ ।

ସୂଚନା ଥାଉକି, ଜଷ୍ଟିନ ଟ୍ରୁଡୋଙ୍କ ବିମାନ ରବିବାର ଦିନ ଦିଲ୍ଲୀରୁ ବିମାନ ଉଡ଼ାଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଏହି ସମୟ ମଧ୍ୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନ ବନ୍ଦରର ଜଣେ ଅଧିକାରୀକୁ କହିଛନ୍ତି ଯେ ଜି-20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀକୁ ଆସିଥିବା କାନାଡିୟ ପ୍ରତିନିଧୀ ବିମାନରେ ବୈଷୟିକ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଭାରତରେ ରହିବେ ।

ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ସେ କାନାଡାରେ ଉଗ୍ରବାଦୀ ଓ ଖଲିସ୍ତାନୀ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏହାପରେ ଏକ ପ୍ରେସମିଟରେ ଟ୍ରୁଡୋ କହିଥିଲେ ଯେ, ‘ଆମେ ସବୁବେଳେ ହିଂସା ରୋକିବା ତଥା ବିଦ୍ୱେଷ ମନୋଭାବକୁ ବିରୋଧ କରିବାକୁ ପ୍ରସ୍ତୁତ । କାନାଡା ସବୁବେଳେ ଅଭିବ୍ୟକ୍ତିର ସ୍ୱାଧୀନତା, ବ୍ୟକ୍ତିଗତ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିରୋଧର ସ୍ୱାଧୀନତାକୁ ସମ୍ମାନ ଦେଇଆସିଛି’ ।

   Related Posts