scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡ଼ା ବାୟୁସେନା ୱେବ୍‌ସାଇଟ୍ ହ୍ୟାକ୍; ନିଜକୁ ଦାୟୀ କଲା ଇଣ୍ଡିଆନ ସାଇବର ଫୋର୍ସ

28/09/2023 at 5:57 PM

canada-website-hacked

ନୂଆଦିଲ୍ଲୀ: କାନାଡ଼ା ବାୟୁସେନାର ଅଫିସିଆଲ୍‌ ୱେବ୍‌ସାଇଟ୍ ଗତ ବୁଧବାର ଅସ୍ଥାୟୀ ଭାବେ ହ୍ୟାକ୍ ହୋଇଯାଇଥିଲା। ଏନେଇ ଟେଲିଗ୍ରାଫ୍‌ରେ ଖବର ପ୍ରକାଶ ପାଇଛି। ଇଣ୍ଡିଆନ ସାଇବର ଫୋର୍ସର ହ୍ୟାକରମାନେ ୱେବ୍‌ସାଇଟ୍ ହ୍ୟାକ୍ କରିଥିବା ରିପୋର୍ଟରେ କୁହାଯାଇଛି। ଏନେଇ ‘ଇଣ୍ଡିଆନ ସାଇବର ଫୋର୍ସ’ ମଧ୍ୟ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ସାଇବର ଆଟାକ ପାଇଁ ନିଜକୁ ଦାୟୀ କରିଛି।  

ଗତକାଲି ମଧ୍ୟାହ୍ନରେ ୱେବ୍‌ସାଇଟ୍‌ରେ ଏହି ସମସ୍ୟା ହୋଇଥିଲା। ହେଲେ ପରେ ସବୁ ଠିକ୍ ହୋଇଯାଇଥିଲା। କାନାଡ଼ା ପ୍ରତିରକ୍ଷା ବିଭାଗର ପିଆର୍‌ଓ ଡାନିଏଲ ଲି ବାଉଥିଲର ଅନ୍ତର୍ଜାତୀୟ ଗଣମାଧ୍ୟମ ଦି ଗ୍ଲୋବ ଓ ମେଲ୍‌କୁ ଏହି ସୂଚନା ଦେଇଛନ୍ତି।

ଇଣ୍ଡିଆନ ସାଇବର ଫୋର୍ସ ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଇଛି “କାନାଡ଼ା ବାୟୁସେନା ୱେବ୍‌ସାଇଟ୍‌ ଅକ୍ତିଆର କରି ନିଆଯାଇଛି।” ଏରର ଲେଖାଥିବା ଏକ ଫଟୋ ମଧ୍ୟ ଶେୟାର କରାଯାଇଛି। ଏହା ସତ୍ତ୍ୱେ ବି କିଛି କମ୍ପ୍ୟୁଟରରେ ୱେବ୍‌ସାଇଟ୍‌ ଖୋଲୁଥିବା ବେଳେ କିଛି କମ୍ପ୍ୟୁଟରରେ ଖୋଲୁ ନଥିଲା। ପ୍ରଭାବିତ ହୋଇଥିବା ୱେବ୍‌ସାଇଟ କାନାଡ଼ା ସରକାରୀ ୱେବ୍‌ସାଇଟ୍ ଓ ନ୍ୟାସ୍‌ନାଲ ଡିଫେନ୍ସ ପବ୍ଲିକ୍ ୱେବ୍‌ସାଇଟ୍ ଠାରୁ ଅଲଗା। ଏଥିପାଇଁ କୌଣସି ସମସ୍ୟା ହୋଇ ନାହିଁ। ଲି ବାଉଥିଲର କହିଛନ୍ତି। ତେବେ କାନାଡ଼ା ଫୋର୍ସ ଏହି ମାମଲାର ତନ୍ଦନ୍ତ କରୁଛି ବୋଲି ସୂଚନା ମିଳିଛି।

ପଢନ୍ତୁ-ଆତଙ୍କ କପ୍‌ରୁ ଆରମ୍ଭ ହେବ ବିଶ୍ବ କପ୍; ଖଲିସ୍ତାନୀ ଆତଙ୍କୀ ପନ୍ନୁର ଅଡିଓ ମେସେଜ୍ ଧମକ

ଏହା ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ଇଣ୍ଡିଆନ ସାଇବର ଫୋର୍ସ ପକ୍ଷରୁ କାନାଡ଼ାକୁ ଧମକ ଦିଆଯାଇଥିଲା। ଭାରତର ସାଇବର ଆଟାକ ଶକ୍ତିର ଅନୁଭବ କରିବାକୁ ପ୍ରସ୍ତୁତ ରୁହ ବୋଲି ଏକ୍ସରେ ପୋଷ୍ଟ କରି ଧମକ ଦିଆଯାଇଥିଲା।  ଅନ୍ୟପଟେ ସେପ୍ଟେମ୍ବର ୨୨ ତାରିଖରେ ଏହି ଗ୍ରୁପ୍‌ ପକ୍ଷରୁ ଭାରତ ବିରୋଧରେ କାନାଡ଼ାର ଅଭିଯୋଗ ଓ ରାଜୈତିକ ବ୍ୟବହାର ଉପରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା।

ସୂଚନା ଥାଉକି ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡର ଦୋଷ ଭାରତ ଉପରେ ଲଦିଛି କାନାଡ଼ା। ଏହି ଘଟଣାରେ ଭାରତୀୟ ଏଜେନ୍ସିର ହାତ ଥାଇପାରେ। ଏନେଇ ତଦନ୍ତ ଚାଲିଛି। ଭାରତ ଏଥିରେ ଆମକୁ ସାହାଯ୍ୟ କରୁ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡ଼ା ସଂସଦରେ କହିଥିଲେ। ଯାହାକୁ ଖଣ୍ଡନ କରିଥିଲା ଭାରତ। କାନାଡ଼ା ନୀହିତ ସ୍ୱାର୍ଥ ପାଇଁ ଏଭଳି ବିତ୍ତିହୀନ ଅଭିଯୋଗ ଲଗାଉଛି ବୋଲି ଭାରତ ପକ୍ଷରୁ କୁହାଯାଇଥିଲା।  

ଏହି ଘଟଣାକୁ ନେଇ କାନାଡ଼ ପ୍ରଥମେ ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାପରେ ଭାରତ ମଧ୍ୟ ଯେଶାକୁ ତେଶା ନୀତିରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। କାନାଡ଼ା ଯେଉଁସବୁ ଭାରତ ବିରୋଧୀ ପଦକ୍ଷେପ ନେଇଥିଲା ଭାରତ ମଧ୍ୟ କାନାଡ଼ା ବିରୁଦ୍ଧରେ ସମାନ କାର୍ଯ୍ୟାନୁଷ୍ଠାନ ନେବା ସହ କାନାଡ଼ ନାଗରିକଙ୍କ ପାଇଁ ଭିସା ବନ୍ଦ କରିଦେଇଥିଲା।

   Related Posts