Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଦ୍ବିତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

14/06/2022 at 3:26 PM

କାନାଡା ୧୪।୬: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେ ଦ୍ବିତୀୟ ଥର ପାଇଁ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଆଧିକାରିକ ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ କୋଭିଡ୍ ୧୯ ଦ୍ବାରା ସଂକ୍ରମିତ ହୋଇଛି । ମୁଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀର ପାଳନ କରିବି ଏବଂ ସଂଗରୋଧରେ ରହିବି । ମୋ ସ୍ବାସ୍ଥ୍ୟ ଠିକ୍ ରହିଛି । କାରଣ ମୁଁ କୋଭିଡ୍-୧୯ର ଡୋଜ୍ ନେଇସାରିଥିଲି ।

ସେ ଜନସାଧାରଣଙ୍କୁ ଅପିଲ୍ କରି କହିଛନ୍ତି ଯେ, ଯଦି ଆପଣ ଟିକା ନେଇନାହାନ୍ତି ତେବେ ଟିକା ନିଅନ୍ତୁ । ଯଦି ଆପଣ କରିପାରିବେ ତେବେ ଲୋକଙ୍କୁ ସଚେତନ କରନ୍ତୁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଆମେରିକାର ଶିଖର ସମ୍ମିଳନୀରେ ଭାଗ ନେବାକୁ ଲସ୍ ଆଞ୍ଜଲେସ୍ ଗସ୍ତରେ ଥିଲେ । ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଶୀର୍ଷ ଅଧିକାରୀମାନଙ୍କ ସହ ସାକ୍ଷାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଦୁଇ ଥର କୋଭିଡ୍ ଭାଇରସ୍ ସଂସ୍ପର୍ଶରେ ଆସିସାରିଛନ୍ତି । ମାର୍ଚ୍ଚ ୨୦୨୦ରେ ସେ ତାଙ୍କ ପତ୍ନୀ ସୋଫି ଗ୍ରେଗୋଇରେ ଟ୍ରୁଡୋଙ୍କ ସହ କୋଭିଡ୍ ୧୯ ପାଇଁ ସକରାତ୍ମକ ପରୀକ୍ଷଣ ପରେ ୧୪ ଦିନ ଯାଏଁ ଆଇସୋଲେସନରେ ରହିଥିଲେ । ଏହାପରେ ଡିସେମ୍ବର ୨୦୨୧ ଶେଷରେ ସେ ଘୋଷଣା କରିଥିଲେ ଯେ, ସେ ନିୟମିତ ଭାବେ କରୋନା ଭାଇରସ୍ ପରୀକ୍ଷଣ କରୁଛନ୍ତି ।

   Related Posts