ପାରାଦୀପ୨୭|୨: କାନାଡା ଯୁବତୀ ହେଲେ ଓଡ଼ିଆ ବୋହୂ ।ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ଘରର ରୀତିନୀତିରେ ସମ୍ପନ୍ନ ହେଲା ବାହାଘର । ଦୀର୍ଘ ଦିନ ଧରି ବିଦେଶ ମାଟିରେ ରହୁଥିବା ଜଗତସିଂହପୁର କୋଠୀ ଗାଁର ଲି ନନ୍ଦ ନିଜ ସଂସ୍କୃତି, ପରମ୍ପରାକୁ ଭୁଲିନାହାଁନ୍ତି । ନିଜ ଜନ୍ମ ମାଟିରେ ବିଦେଶିନୀଙ୍କ ମଥାରେ ସିନ୍ଦୁର ଦେଇ ତାଙ୍କୁ ଜନ୍ମ ଜନ୍ମାନ୍ତରର ସାଥୀ କରିଛନ୍ତି ।
{"id":89160}ବେଦୀରେ ବିଦେଶିନୀ । ପୁରୋହିତଙ୍କ ମନ୍ତ୍ରପାଠ ଚାଲିଛି । ହିନ୍ଦୁ ପରମ୍ପରା ଅନୁଯାୟୀ ହସ୍ତ ଗଣ୍ଠି ପଡ଼ିଛି । କନ୍ୟାର ମଥାରେ ସିନ୍ଦୁର ପିନ୍ଧାଉଛି ବର । ଆଉ ତା ପରେ ଜନ୍ମ ଜନ୍ମାନ୍ତରର ସାଥୀ ବନିଛନ୍ତି କାନାଡାର ହେଲିନା ଏବଂ ଜଗତସିଂହପୁର କୋଠୀ ଗାଁର ଲି ନନ୍ଦ । ଦୀର୍ଘ ଦିନ ଧରି କାନାଡାରେ ରହିଆସୁଛନ୍ତି ଲି । ସେଠାରେ ହେଲିନାଙ୍କ ପ୍ରେମରେ ପଡ଼ିଗଲେ ସେ ।ସଂପର୍କ ଶେଷରେ ସ୍ବୀକୃତି ପାଇଛି ।
{"id":89161}
କାନାଡାର ଏକ କଫି ସପ୍ରେ ପରସ୍ପର ସହ ଭେଟ ହୋଇଥିଲା ହେଲିନା ଏବଂ ଲିଙ୍କର । ପ୍ରଥମ ଦେଖାରୁ ୪ ଆଖିର ମିଳନ । ଆଉ ଜନ୍ମ ମାଟିରେ ବାପା-ମା, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ହେଲିନାଙ୍କୁ ସୀବନସାଥୀ ଭାବେ ଗ୍ରହଣ କରିଛନ୍ତି ଲି । କର୍ମ ସଂସ୍ଥାନ ପାଇଁ ବିଦେଶରେ ଥିଲେ ବି ପରମ୍ପରା, ସଂସ୍କୃତିକୁ ଭୁଲି ନାହାଁନ୍ତି ଏଇ ଓଡ଼ିଆ ପୁଅ ।
{"id":89162}ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ । ଜୀବନସାଥୀଙ୍କୁ ପାଇବା ପାଇଁ ସୁଦୂର କାନାଡାରୁ ଛୁଟି ଆସିଥିଲେ ହେଲିନା ...
{"id":89163}