ମୁଁ ତୁମକୁ କୋଟିଏ ଦେବି, କଣ ଫେରାଇ ଦେଇ ପାରିବେ ମୋ ପରିବାରକୁ ? ମେଟ୍ରୋ ଦୁର୍ଘଟଣାରେ ଝିଅ ଓ ନାତିକୁ ହରାଇଥିବା ବାପାର ଏ ପ୍ରଶ୍ନ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ ୧୨/୦୧: ବେଙ୍ଗାଲୁରୁରେ ନିର୍ମାଣାଧୀନ ମେଟ୍ରୋର ଏକ ପିଲାର ଖସି ୨୮ ବର୍ଷୀୟ ତେଜସ୍ୱିନୀ  ଏବଂ ତାଙ୍କର ଅଢେଇ ବର୍ଷର ପୁଅ ଭିହାନଙ୍କର ମୃତ୍ୟୁ ହୋଇଛି। ଜାନୁଆରୀ ୧୦ରେ ଘଟଣା ଘଟିଥିବା ବେଳେ ତାପରଦିନ ଅର୍ଥାତ୍ ଜାନୁଆରୀ ୧୧ରେ କର୍ଣ୍ଣାଟକର ବୋମ୍ମଇ ସରକାରଙ୍କୁ ତେଜସ୍ୱିନୀଙ୍କ ବାପା ପ୍ରଶ୍ନ କରି କହିଛନ୍ତି ଯେ, ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବା ଉଚିତ୍।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ  ତେଜସ୍ୱିନୀଙ୍କ ବାପା  ମଦନ କହିଛନ୍ତି ଯେ, ମୁଁ କ୍ଷତିପୂରଣ ଚାହୁଁ ନାହିଁ। ମୁଁ ଏକ କୋଟି ଟଙ୍କା ଦେବି । ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ମୋ ଝିଅ ଏବଂ ନାତିଙ୍କୁ ଫେରାଇ ଆଣିବେ କି? ଟଙ୍କା ସମସ୍ୟା ନୁହେଁ ।ଏଥିରୁ ସ୍ପଷ୍ଟ ହୋଇଛି ଯେ ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ (ବିଏମଆରସିଏଲ) ଏବଂ ନାଗାର୍ଜୁନ ନିର୍ମାଣକାରୀ କମ୍ପାନୀ ପକ୍ଷରୁ ହୋଇଛି ଭୁଲ୍।

{"id":732239,"sizeSlug":"full","linkDestination":"none"}

ତେଜସ୍ୱିନୀଙ୍କ ବାପା ମଦନ ଆହୁରି କହିଛନ୍ତି ଯେ, ଭବିଷ୍ୟତରେ ସରକାର ଏଭଳି ଘଟଣା ଘଟିବାକୁ ଦିଅନ୍ତୁ ନାହିଁ। ଯଦି ଏସବୁକୁ ରୋକିବାକୁ ଚାହୁଁଛନ୍ତି ତାହେଲେ ଏମିତି ଘଟଣା ପରେ ସରକାର କଣ୍ଟ୍ରାକ୍ଟରଙ୍କୁ ବ୍ଲାକଲିଷ୍ଟ କରିବା ସହ ଏଥିସହ ଦାୟୀ ଅଧିକାରୀମାନଙ୍କୁ ଗିରଫ କରାଯିବା ଉଚିତ୍। ସେ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଅନେକ ଲୋକଙ୍କ ଜୀବନ ବିପଦରେ ପଡ଼ିବ।

ଅନ୍ୟପଟେ ବିଏମଆରସିଏଲ ମୃତକଙ୍କ ପୀଡିତାଙ୍କୁ 20 ଲକ୍ଷ ଟଙ୍କା ଏବଂ ସିଏମ ବାସଭରାଜ ବୋମ୍ମଇଙ୍କୁ 10 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଘଟଣା ଥିଲା ଏମିତି....

ବେଙ୍ଗାଲୁରୁରେ ଏକ ନିର୍ମାଣାଧୀନ ମେଟ୍ରୋର ଏକ ପିଲର ଜାନୁଆରୀ 10କୁ ଗୋଟିଏ ପରିବାରର 4ଜଣଙ୍କ  ଉପରେ ପଡ଼ିଥିଲା। ଯେଉଁଥିରେ ଜଣେ ମହିଳା ତାଙ୍କର ଅଢେଇ ବର୍ଷର ପୁଅର ମୃତ୍ୟୁ ହୋଇଛି। ଆଉ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ଶିଶୁ ଆହତ ହୋଇଛନ୍ତି।

ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁର HBR ଲେଆଉଟ୍ ନିକଟ ବାହ୍ୟ ରିଙ୍ଗ ରୋଡରେ ସକାଳ ପ୍ରାୟ 10.30 ସମୟରେ ଏହି ଘଟଣା ଘଟିଛି। “ନମ୍ମା ମେଟ୍ରୋ” ପାଇଁ କଂକ୍ରିଟ୍ ସ୍ତମ୍ଭ ନିର୍ମାଣ ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.