T-20 ବିଶ୍ୱକପ୍‌:ସଂଧ୍ୟାରେ କାନାଡ଼ା- ଆୟର୍ଲାଣ୍ଡ ଟକ୍କର

Published By : Prameya-News7 Bureau | June 07, 2024 IST

ନ୍ୟୁୟର୍କ, ୦୭/୦୬: ଗ୍ରୁପ୍‌-ଏ’ର ଅନ୍ୟ ଏକ ମ୍ୟାଚ୍‌ରେ କାନାଡ଼ା  ଓ ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ନାସାଉ  କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ  ନିଜ ନିଜର ପ୍ରଥମ  ମ୍ୟାଚ୍‌ରେ ପରାଜିତ  ହୋଇଛନ୍ତି । ତେଣୁ  ଆସନ୍ତା କାଲି ପଏଣ୍ଟ  ଖାତା ଖୋଲିବା ପାଇଁ ଉଭୟ ଦଳ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।   

ଅଭିଜ୍ଞତା ଦୃଷ୍ଟିରୁ  ଆୟର୍ଲାଣ୍ଡ ଅପେକ୍ଷାକୃତ  ଶକ୍ତିଶାଳୀ ମନେ ହେଉଥିଲେ ହେଁ  କାନାଡ଼ା ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ପୂର୍ବ ରେକର୍ଡକୁ ଦେଖିଲେ  ମ୍ୟାଚ୍‌ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ପରସ୍ପରକୁ ୪ଥର ଭେଟିଛନ୍ତି  ଓ ୨ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । 

ୟୁଏସଏ ବିପକ୍ଷରେ ପରାଜିତ  ହୋଇଥିଲେ ହେଁ କାନାଡ଼ା ଦର୍ଶନୀୟ ବ୍ୟାଟିଂ କରି ୧୯୪ ରନ୍‌ ସଂଗ୍ରହ କରିଥିଲା । ମାତ୍ର ଆୟର୍ଲାଣ୍ଡର ବୋଲିଂ ବିପକ୍ଷରେ ବଡ଼ ସ୍କୋର କରିବା କଷ୍ଟକର ହେବ । ବାମ ହାତି ପେସ୍‌ ବୋଲର ଜୋସ ଲିଟିଲ  ସମ୍ପ୍ରତି ଚମତ୍କର ଫର୍ମରେ ରହିଛନ୍ତି । 

କାନାଡ଼ାକୁ ହରାଇବାକୁ ହେଲେ  ଆୟର୍ଲାଣ୍ଡକୁ ପ୍ରଥମେ ବ୍ୟାଟିଂ ବିଭାଗ  ସୁଦୃଢ କରିବାକୁ ହେବ । ସିନିୟର  ଖେଳାଳିମାନେ ଦାୟିତ୍ୱ ମୁଣ୍ଡାଇବା  ଜରୁରି । ବିଶେଷ କରି ପଲ ଷ୍ଟର୍ଲିଂ, ଆଣ୍ଡି ବାଲବରିନ, ଲୋର୍କାନ ଟକ୍କର, ହ୍ୟାରୀ ଟେକ୍ଟର ପ୍ରମୁଖ ସଫଳ ହେଲେ ଆୟର୍ଲାଣ୍ଡର ବିଜୟ ସମ୍ଭବ ହୋଇପାରିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.