vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କଣ ଭିଟାମିନ ସି କୋଭିଡ୍-୧୯ ବିରୋଧରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ? ଆପଣଙ୍କୁ ଦୈନିକ କେତେ ଭିଟାମିନ ଦରକାର

17/08/2020 at 10:02 PM

ନୂଆଦିଲ୍ଲୀ ୧୭।୦୮: ଭିଟାମିନ୍ ସି ଆସକୋରବିକ ଏସିଡ୍ ଭାବେ ପରିଚିତ। ଏହା ପାଣିରେ ଦ୍ରବିଭୂତ ହୋଇ ଅନେକ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାଏ। ଭିଟାମିନ ସି ଅଭାବରୁ ସ୍କର୍ଭି ହୋଇପାରେ। ଏହା ସହିତ ଦୁର୍ବଳ, ଥକାପଣ, ରକ୍ତହୀନତା, ନିଃଶ୍ଵାସରେ ଯନ୍ତ୍ରଣା, ମନରେ ଅବସାଦ ଆଦି ରୋଗ ହୋଇପାରେ। କମ୍ ଭିଟାମିନ୍ ସି ସ୍ତର ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ, ଯେମିତି ରକ୍ତସ୍ରାବ ଏବଂ ଦନ୍ତପୀଡା। ଏହି ସବୁ ସମସ୍ୟା ସେତେବେଳେ ଉପୁଜେ ଯେବେ ଶରୀର ଭିଟାମିନ ସି ଉତ୍ପାଦନ କରି ପାରେ ନାହିଁ। ଏଥିପାଇଁ ଏହି ଆବଶ୍ୟକ ପୋଷକ ତତ୍ଵକୁ ନିଜର ଦୈନିକ ଭୋଜନରେ ସାମିଲ କରିବା ମହତ୍ଵପୂର୍ଣ୍ଣ ଅଟେ।

ଭିଟାମିନ ସି ବିଭିନ୍ନ ପ୍ରକାରର ଫଳ ଓ ପନି ପରିବାରୁ ମିଳିଥାଏ। ସ୍ଵାସ୍ଥ୍ୟ ପାଇଁ ଏହି ଭିଟାମିନର ମହତ୍ଵ ଅଧିକ ରହିଛି। ବୋଧହୁଏ କରୋନା ଭାଇରସ ମହାମାରୀ ସମୟରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବା ଦିଗରେ ଭିଟାମିନ ସି ପ୍ରତି ଅଧିକ ଗୁରୁତ୍ଵାରୋପ କରାଯାଇଛି। କାରଣ ଶରୀରରେ ରୋଗପ୍ରତିରୋଧକ ପ୍ରଣାଳୀ ଦୁର୍ବଳ ଥିଲେ କରୋନା ସଂକ୍ରମଣ ହେବାର ଅଧିକ ବିପଦ ରହିଛି।

ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଶରୀରର ଅର୍ନ୍ତନିହିତ ଅଂଶ ଏବଂ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀର ଲୋକଙ୍କଠାରେ ରୋଗର ଗମ୍ଭୀର ଲକ୍ଷଣର ବିପଦ ଅଧିକ ରହିଥାଏ। ଏଥିପାଇଁ ନିଜର ରୋଗପ୍ରତିରୋଧକ ଶକ୍ତି ମଜବୁତ କରୁଥିବା ଦିଗ ପ୍ରତି ପଦକ୍ଷେପ ନେବା ଜରୁରୀ ଅଟେ। ତେଣୁ ଏହି ସ୍ଥିତିରେ ଭିଟାମିନ ସିକୁ ସର୍ବଶ୍ରେଷ୍ଠ ଭିଟାମିନ କୁହାଯାଏ।

କଣ ଭିଟାମିନ ସି ବାସ୍ତବରେ ଆପଣଙ୍କର ପ୍ରତିରକ୍ଷା ବଢାଇବାରେ ସାହାଯ୍ୟ କରେ ?

ହଁ, ଭିଟାମିନ ସି ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। ଭିଟାମିନ ସି ଆପଣଙ୍କର ଟି କୋଷିକାକୁ ମଜବୁତ କରେ ଏବଂ ଅଧିକ ପ୍ରତିରକ୍ଷା କୋଷିକା ନିର୍ମାଣରେ ସାହାଯ୍ୟ କରି ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଭିଟାମିନ ସି ସୁସ୍ଥ କୋଷିକାକୁ ଜୀବିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଭିଟାମିନ ସି ସାଧାରଣ ଥଣ୍ଡାକୁ ମଧ୍ୟ କମ କରେ ଏବଂ ଗମ୍ଭୀର ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଭିଟାମିନ ସିର ଅନ୍ୟ ଲାଭଦାୟୀ କଥା

ଏହା କୋଲେଜନର ଉତ୍ପାଦନ ବୃଦ୍ଧିରେ ସହାୟକ  ହେବା ସହ ଆପଣଙ୍କୁ ଯୁବ ଦେଖାଇବାରେ ସାହାଯ୍ୟ କରିଥାଏ ଯାହା ଆପଣଙ୍କ ତ୍ଵଚାକୁ କୋମଳ କରିବା ସହିତ ମୁହଁରେ ଚମକ ଆଣିଥାଏ।

ଏହା ସୁସ୍ଥ ରକ୍ତ ବାହକ, ହାଡ ଓ ଅସ୍ଥିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

ଏହା ମୁକ୍ତ କଣିକାରୁ ହେଉଥିବା କ୍ଷତିକୁ ରୋକି କ୍ୟାନସରକୁ ରୋକିବାରେ ସାହାଯ୍ୟ କରିଥାଏ। କିନ୍ତୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

ଏହା ଘା ଭରିବାରେ ସାହାଯ୍ୟ କରିଥାଏ।

ଏହା ଆପଣଙ୍କ ଶରୀରରେ ଲୌହ ଅଂଶ ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇଥାଏ।

ଦିନରେ କେତେ ପରିମାଣର ଭିଟାମିନ ସି ଦରକାର

ଭିଟାମିନ ସିର ଦୈନିକ ଆବଶ୍ୟକତା ବୟସ ଓ ଲିଙ୍ଗ ଅନୁସାରେ ହୋଇଥାଏ।

ଭିଟାମିନ ସିର ଦୈନିକ ଆବଶ୍ୟକତା ବୟସ ଓ ଲିଙ୍ଗ ଅନୁସାରେ ହୋଇଥାଏ। ଏହି ତାଲିକାରେ ଦେଖନ୍ତୁ କେତେ ବୟସର ଲୋକଙ୍କୁ ଦିିନକୁ କେତେ ଭିଟାମିନ ସିର ଆବଶ୍ୟକତା ରହିଛି।

ଅଧିକ ଭିଟାମିନ୍ ସି ଗ୍ରହଣ କଲେ କଣ ହୁଏ ?

ମାୟୋ କ୍ଲିନିକ୍ ଅନୁଯାୟୀ ଅଧିକ ମାତ୍ରାରେ ଭିଟାମିନ ସି ଯୁକ୍ତ ଖାଦ୍ୟ ଗ୍ରହଣ କଲେ ସ୍ଵାସ୍ଥ୍ୟ ପକ୍ଷେ ହାନୀକାରକ ନୁହେଁ। କିନ୍ତୁ ଅଧିକ ମାତ୍ରାରେ ଭିଟାମିନ ସି ଭିଟାମିନ ଖାଇଲେ ନିମ୍ନୋକ୍ତ ଲକ୍ଷଣ ଦେଖିବାକୁ ମିଳିପାରେ।

ପେଟ ବ୍ୟଥା

ବାନ୍ତି

ଡାଏରିଆ

ହୃଦଘାତ

ମୁଣ୍ଡବିନ୍ଧା

ଅନିଦ୍ରା

କେଉଁ ଖାଦ୍ୟରେ ଅଧିକ ଭିଟାମିନ୍‌ର ମାତ୍ରା ରହିଛି

କମଳା ଏବଂ କମଳା ରସ

ଅଙ୍ଗୁର ଫଳ

ଷ୍ଟ୍ରବେରି

କିୱିସ୍

ବ୍ରୋକୋଲି

ବ୍ରୁସେଲ୍ସ ସ୍ପ୍ରାଉଟ୍

ପାଳଙ୍ଗ

କାଲେ

ନାଲି ଏବଂ ସବୁଜ ଲଙ୍କା

ଆଳୁ

   Related Posts