suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରସୁଣ, ପୁଦିନା ସମେତ ୫ଟି ଘରୋଇ ପଦାର୍ଥର ଗନ୍ଧ ଆପଣଙ୍କୁ ଜଣାଇ ଦେବ କରୋନା ସଂକ୍ରମିତ କି ନୁହଁ

2/10/2020 at 9:53 PM

ଚଣ୍ଡିଗଡ ୨।୧୦: ଦେଶରେ କରୋନା ସଂକ୍ରମଣ ବଢିବଢି ଚାଲିଛି। ଏଥିରେ କୋଭିଡ ପଜିଟିଭ କି ନୁହଁ ଜାଣିବା ଲାଗି ଲୋକେ ପରୀକ୍ଷଣ ନିମନ୍ତେ ଦୀର୍ଘ ଧାଡି ବାନ୍ଧୁଛନ୍ତି। ତେବେ ଆପଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି କି ନା ତାହା ନିଜ ଘରର ହାଣ୍ଡିଶାଳରୁ ନିଶ୍ଚିତ ହୋଇପାରିବେ। ଯଦି ଆବଶ୍ୟକ ପଡେ ତେବେ କରୋନା ପରୀକ୍ଷଣ ହେଉଥିବା ସ୍ଥାନକୁ ଯାଇ ନିଜର ପରୀକ୍ଷଣ କରାଇ ନେବେ। ନଚେତ ଅଯଥା ଧାଡିବାନ୍ଧିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଚଣ୍ଡିଗଡ ପୋଷ୍ଟ ଗ୍ରାଜ୍ୟୁଏଟ ଇନିଷ୍ଟଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଏଣ୍ଡ ରସର୍ଚ୍ଚ( ପିଜିଆଇଏମଇଆର)ର ଗବେଷକମାନେ।

ନ୍ୟାସନାଲ ଏଗ୍ରି-ଫୁଡ ବାୟୋଟେକ୍ନୋଲଜି  ମହାଲୀ ଓ ଚଣ୍ଡିଗଡ ପିଜିଆଇଏମଆର ଗବେଷକମାନେ ପ୍ରଥମ ଥର ଲୋକେ କରୋନା ସହ ଏନୋସ୍ମିଆ ଅର୍ଥାତ ଗନ୍ଧ ବାରିବା କ୍ଷମତା ହରାଉଥିବାର ଜାଣିବାକୁ ପାଇଛନ୍ତି। ଏଥିରେ ଅନୁନ୍ୟ ୧୦୦ ଜଣଙ୍କୁ ସାମିଲ କରି ସେମାନଙ୍କୁ ରସୁଣ, ପୁଦିନା, ଅଳେଇଚ, ନଡିଆ ତେଲ ଓ ପାନମଧୁରୀ ଆଦି ସୁଂଘିବାକୁ ଦେଇଥିଲେ। ତେବେ ଏଥିରୁ ଅନେକଙ୍କ ଠାରେ ଗନ୍ଧ ବାରିବାର କ୍ଷମତା ହ୍ରାସ ଜଣାପଡିଥିଲା। ହେଲେ ସେମାନେ ସମ୍ପୂର୍ଣ୍ଣ ଆଘ୍ରାଣ ଶକ୍ତି ହରାଇ ନଥିବା ଜାଣିବାକୁ ପାଇଥିଲେ।

ତେବେ କରୋନା ଆକ୍ରାନ୍ତ ୨ଟି ଚିଜର ଗନ୍ଧ ବାରିବାରେ ଅସମର୍ଥ ହୋଇଥିଲେ। ତାହା ଥିଲା ନଡିଆ ତେଲ ଓ ପୁଦିନାର ବାସ୍ନା। ଯେଉଁମାନେ ଏହି ଗନ୍ଧ ବାରି ପାରିନଥିଲେ ସେମାନେ ପରେ ପରୀକ୍ଷଣରୁ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଯାଇଥିଲା। ଏଣୁ ସଂକ୍ରମଣକୁ ନେଇ ଚିନ୍ତିତ ଥିବା ଲୋକେ ଘରେବି ନିଜର ଏହି ପରୀକ୍ଷଣ କରାଇ ନେଇ ପାରିବେ। ଯଦି ସେମାନେ ଉପରୋକ୍ତ ସାମଗ୍ରୀରୁ କେଉଁ ଗୋଟିକର ବି ଗନ୍ଧ ବାରି ନ ପାରୁଛନ୍ତି ତେବେ ସେ ପଜିଟିଭ ହୋଇସାରିଥିବା ନିଶ୍ଚିତ ହୋଇଯିବା ଦରକାର ଓ ନିଜକୁ ପରିବାରର ଅନ୍ୟମାନଙ୍କଠାରୁ ପୃଥକ କରି ତୁରନ୍ତ ଚିକିତ୍ସକୀୟ ପରାମର୍ଶ ଓ ଟେଷ୍ଟିଂ କରାଇ ନେବା ଦରକାର ବୋଲି ଗବେଷକ କହିଛନ୍ତି।

   Related Posts