oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଭାରତୀୟ ଦଳଠୁ ଚମତ୍କାରର ଆଶା ! ଚେନ୍ନାଇ ଟେଷ୍ଟ ଜିତିବାକୁ ହେଲେ ରଚିବାକୁ ପଡିବ ଇତିହାସ

8/02/2021 at 9:12 PM

ଚେନ୍ନାଇ ୦୮।୦୨: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡ ଭାରତକୁ ୪୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ଭାରତ ଯଦି ଏହାକୁ ହାସଲ କରି ନିଏ ତେବେ ଟେଷ୍ଟ କ୍ରିକେଟ୍ ଇତିହାସରେ ରନ ପିଛା କରିବାରେ ଏହା ସବୁଠୁ ବଡ ବିଜୟ ହେବ। ଟେଷ୍ଟ କ୍ରିକେଟ୍‌ରେ ଚତୁର୍ଥ ଇନିଂସରେ ୪୧୮ରୁ ଅଧିକ ରନର ପିଛା ଆଜି ପର୍ଯ୍ୟନ୍ତ ହୋଇ ନାହିଁ। ଓ୍ଵେଷ୍ଟଇଣ୍ଡିଜ୍ ୨୦୦୩ରେ ସେଣ୍ଟ ଜୋନ୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ରେକର୍ଡ କରିଛି।

ଦକ୍ଷିଣ ଆଫ୍ରିକା ପିଛା କରିଥିଲା ୪୧୪ ରନ

ସବୁଠୁ ବଡ ବିଜୟ ଲକ୍ଷ୍ୟ ପିଛା କରିବା ତାଲିକାରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ସ୍ଥାନରେ ରହିଛି। ଦଳ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୧୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା। ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆର ପର୍ଥ ଖେଳା ଯାଇଥିଲା।

ତୃତୀୟରେ ରହିଛି ଭାରତ

ଭାରତ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଭାରତ ନାମରେ ୪୦୪ ରନର ବିଜୟ ଲକ୍ଷ୍ୟ ପିଛା କରିବାର ରେକର୍ଡ ରହିଛି। ୧୯୭୬ରେ ଭାରତୀୟ ଦଳ ପୋର୍ଟ ଅଫ ସ୍ପେନରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା। ଯଦି ଚେନ୍ନାଇରେ ସମସ୍ତ ଟେଷ୍ଟ ରେକର୍ଡ ଭାରତ ସପକ୍ଷରେ ରହିଛି।

୨୦୦୮ରେ ଭାରତ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ୩୮୭ ରନର ଲକ୍ଷ୍ୟ ହାସଲ କରିଥିଲା। ଉକ୍ତ ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ଶତକ ହାସଲ କରି ଭାରତକୁ ୬ ଓ୍ଵିକେଟ୍‌ରେ ବିଜୟୀ କରାଇଥିଲେ।

ଅଷ୍ଟ୍ରେଲିଆ ପିଛା କରିଛି ୪୦୪ ରନର ଲକ୍ଷ୍ୟ

ଅଷ୍ଟ୍ରେଲିଆ ୧୯୪୮ରେ ଇଂଲଣ୍ଡ ବିପକ୍ଷରେ ୪୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା। ଏହି ମ୍ୟାଚ୍‌ ଇଂଲଣ୍ଡର ଲିଡ୍ସରେ ଖେଳାଯାଇଥିଲା। ତାଲିକାରେ ଓ୍ଵେଷ୍ଟଇଣ୍ଡିଜ ପଞ୍ଚମରେ ରହିଛି। ଏହି ସଫଳତା ଦଳ ଗତକାଲି ଅର୍ଥାତ ରବିବାର ହାସଲ କରିଛି। ଓ୍ଵେଷ୍ଟଇଣ୍ଡିଜ ବାଂଲାଦେଶ ବିପକ୍ଷରେ ୩୯୫ ରନର ଲକ୍ଷ୍ୟ ହାସଲ କରିଥିଲା। ଏସିଆ ମାଟିରେ ସବୁଠୁ ବଡ ଲକ୍ଷ୍ୟ ହାସଲ କରି ଓ୍ଵେଷ୍ଟଇଣ୍ଡିଜ୍ ନିଜ ନାଁରେ ରେକର୍ଡ କରିଛି।

ଶ୍ରୀଲଙ୍କା ୩୯୧ ରନର ବିଜୟ ଲକ୍ଷ୍ୟ ପିଛା କରିଛି

ଶ୍ରୀଲଙ୍କା ୨୦୧୭ରେ କଲୋମ୍ବୋରେ ଜିମ୍ବାଓ୍ଵେ ବିପକ୍ଷରେ ୩୯୧ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍‌କୁ ଶ୍ରୀଲଙ୍କା ୪ ଓ୍ଵିକେଟ୍‌ରେ ଜିତିଥିଲା। ଭାରତକୁ ୪୨୦ ରନ ପିଛା କରିବା ବହୁତ ମୁସ୍କିଲ କାମ। ମାତ୍ର ଭାରତୀୟ ଦଳର ନିକଟ ଫର୍ମକୁ ଦେଖିଲେ ଏହା ଅସମ୍ଭବ ମଧ୍ୟ ନୁହେଁ। ଅଷ୍ଟ୍ରେଲିଆର ସିଡନୀ ଓ ବ୍ରିସବେନ ପ୍ରଦର୍ଶନ ପରେ ଭାରତୀୟ ଖେଳାଳିଙ୍କଠୁ ଆଶା ବଢି ଯାଇଛି। ଭାରତୀୟ ବ୍ୟାଟସମ୍ୟାନଙ୍କ ଭୟ ଇଂଲଣ୍ଡ ମହଲରେ ମଧ୍ୟ ଦେଖିବାକୁ ମିଳିଛି।

ଇଂଲଣ୍ଡ ୪୦୦ରୁ ଅଧିକ ରନ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଦଳର ଅଧିନାୟକ ଇନିଂସ ଘୋଷଣା କରିବାକୁ ସାହାସ କରି ପାରିନଥିଲେ। କଣ ଏହି ସ୍କୋର ଦଳ ପାଇଁ ସୁରକ୍ଷିତ ରହି ପାରିବ ଏହା ଉପରେ ଇଂଲଣ୍ଡ ନିର୍ଣ୍ଣୟ ନେଇ ପାରିନଥିଲା। ଶେଷରେ ଭାରତ ଭ୍ରମଣକାରୀ ଦଳକୁ ୧୭୮ ରନରେ ଅଲଆଉଟ୍ କରିଥିଲା।

ଭାରତକୁ ଅନ୍ତିମ ଦିନରେ ୩୮୧ ରନର ଆବଶ୍ୟକତା ରହିଛି। ୪୨୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୩୯ ରନ କରିଛି। କ୍ରିଜରେ ଶୁବମାନ ଗିଲ୍ ୧୫ ଓ ଚେତେଶ୍ଵର ପୂଜାରା ୧୨ ରନ କରି ଖେଳୁଛନ୍ତି। ଏକମାତ୍ର ବ୍ୟାଟସମ୍ୟାନ ଭାବେ ରୋହିତ ଶର୍ମା ୧୨ ରନ କରି ପାଭିଲିୟନ ଫେରିଛନ୍ତି। ଶେଷ ଦିନ ଅର୍ଥାତ ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ୩୮୧ ରନ ଦରକାର ଥିବା ବେଳେ ଇଂଲଣ୍ଡକୁ ବିଜୟ ପାଇଁ ଦରକାର ୯ ଓ୍ଵିକେଟ୍।

   Related Posts