IND vs IRE ଦ୍ଵିତୀୟ ମୁକାବିଲାରେ ବର୍ଷା ସାଜିବ କି ବାଧକ ? ଜାଣନ୍ତୁ କେମିତି ରହିଛି ଡବଲିନର ପାଣିପାଗ
20/08/2023 at 5:06 PM

ନୂଆଦିଲ୍ଲୀ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି ଡବଲିନରେ ଖେଳାଯିବ। ଏହି ମଇଦାନରେ ଅଗଷ୍ଟ ୧୮ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳା ଯାଇଥିଲା। ବର୍ଷା ବାଧାପ୍ରାପ୍ତ ଉକ୍ତ ମୁକାବିଲାକୁ ଭାରତ ଡକ୍ ଓ୍ଵର୍ଥ ଲୁଇସ୍(ଡିଏଲଏ) ନିୟମରେ ମାତ୍ର ୨ ରନରେ ବିଜୟୀ ହୋଇଥିଲା। ତେବେ ଆଜି ଦ୍ଵିତୀୟ ମ୍ୟାଚ୍ରେ କେମିତି ରହିଛି ଡବଲିନ୍ର ପାଣିପାଗ ? କଣ ଆଜି ବର୍ଷା ହେବାର ସମ୍ଭାବନା ରହିଛି କି ? ଚାଲନ୍ତୁ ଜାଣିବା।
ଅଧିକ ପଢନ୍ତୁ- ପାକିସ୍ତାନର ମ୍ୟାଚ୍କୁ ନେଇ ଚିନ୍ତାରେ ବିସିସିଆଇ, ବିଶ୍ୱକପ ସୂଚୀରେ ପୁଣି ଥରେ ହୋଇପାରେ ପରିବର୍ତ୍ତନ
ଆଜି ଦ୍ଵିତୀୟ ମୁକାବିଲାରେ ପାଣିପାଗ ଭଲ ରହିବ। ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଏମିତିରେ ଦର୍ଶକ ପୂରା ମ୍ୟାଚ୍ର ମଜା ଉଠାଇ ପାରିବେ। ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରହିବ। ଘଣ୍ଟା ପ୍ରତି ପବନର ବେଗ ୧୯ କିଲୋମିଟର ରହିବ। ଏହି ସମୟରେ ଆର୍ଦ୍ରତା ୭୦ ପ୍ରତିଶତ ରହିବ। ବର୍ଷା ହେବାର ସମ୍ଭାବନା ମାତ୍ର ୩ ପ୍ରତିଶତ ରହିଛି। ଆକାଶରେ ୨୧ ପ୍ରତିଶତ ବାଦଲ ଛାଇ ରହିବ।
ଭାରତ ବନାମ ଆୟରଲାଣ୍ଡ ମଧ୍ୟରେ ଦ୍ଵିତୀୟ ମୁକାବିଲା ଭାରତୀୟ ସମୟନୁସାରେ ସନ୍ଧ୍ୟା ୭ଟା ୩୦ରେ ଏବଂ ସ୍ଥାନୀୟ ସମୟନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ। ଭାରତୀୟ ପ୍ରଶଂସକ ମ୍ୟାଚ୍ର ମଜା ଓଟିଟି ପ୍ଲାଟଫର୍ମ ଜିଓ ସିନେମା, ଟିଭିରେ ଡିଡି ସ୍ପୋର୍ଟ୍ସ ଓ ସ୍ପୋର୍ଟ୍ସ ୧୮ରେ ଉଠାଇ ପାରିବେ।
ଅଧିକ ପଢନ୍ତୁ- Asia Cup 2023 : ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିବାରେ ସବୁଠୁ ଆଗରେ ଟିମ୍ ଇଣ୍ଡିଆ, ଶେଷରେ ପାକିସ୍ତାନ
ଶୁକ୍ରବାର ରାତିରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍ କୁ ମାତ୍ର ୨ ରନ୍ ରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି। ୧୧ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଆସିଥିବା ବୁମରା ପ୍ରଥମ ଓଭରରେ ୨ ୱିକେଟ୍ ନେଇ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି। ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ଆଜି ମ୍ୟାଚ୍ ରେ ପାଗର ପ୍ରତିବନ୍ଧକ ନଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି।