କଣ ସୁନା ଦାନ୍ତ ପ୍ରକୃତରେ ସମ୍ପୂର୍ଣ୍ଣ ସୁନା? ଏହାର ମୂଲ୍ୟ କେତେ? ଜାଣନ୍ତୁ ପୂରା ତଥ୍ୟ...

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ ୦୬।୧୨: ଅନେକ ଲୋକ କଥା କଥାରେ କହିଥାନ୍ତି ଦାନ୍ତ ଭାଙ୍ଗିଲେ ସୁନା ଦାନ୍ତ ଲଗାଇବା।କଣ ସତରେ ଏତେ ସହଜ ସୁନା ଦାନ୍ତ ଲଗାଇବା । କଣ ଏହି ସୁନା ଦାନ୍ତ ପ୍ରକୃତରେ ସମ୍ପୂର୍ଣ୍ଣ ସୁନାର ହୋଇଥାଏ ? ଏହାର ଦାମ୍ କେତେ ? ଆସନ୍ତୁ ଜାଣିବା...

{"id":879357,"width":838,"height":629,"sizeSlug":"full","linkDestination":"none"}

ସୁନା ଦାନ୍ତରେ ସୁନା ସହ ଅନେକ ଅଲଗା ଅଲଗା ଧାତୁ ବ୍ୟବହାର କରାଯାଏ। ସୁନା ଦାନ୍ତରେ ୫୦ ପ୍ରତିଶତରୁ କମ୍ ସୁନା ବ୍ୟବହାର କରାଯାଏ । ଅନେକ ସମୟରେ ୨୫ ପ୍ରତିଶତରୁ କମ୍ ସୁନାର ବ୍ୟବହାର ମଧ୍ୟ କରାଯାଏ। ଏହା ମଧ୍ୟ ଅନେକ ପ୍ରକାରର ଅଛି।

{"id":879359,"width":840,"height":630,"sizeSlug":"full","linkDestination":"none"}

ବିଶେଷଜ୍ଞଙ୍କ ଅନୁସାରେ ଶୁଦ୍ଧ ସୁନା ଅନ୍ୟ ଧାତୁ ତୁଳନାରେ ଅଧିକ ନରମ ହୋଇଥାଏ। ତେଣୁ ଦାନ୍ତ ଭାବେ ବ୍ୟବହାର କରାଯାଇପାରିନଥାଏ । ସୁନା ରାସାୟନିକ ଭାବରେ ନିଷ୍କ୍ରିୟ ହୋଇଥାଏ । ଅନ୍ୟ ଧାତୁ ପରି ସୁନା ଅକ୍ସିଡାଇଜ୍ ହୁଏ ନାହିଁ । ତେଣୁ ଏହାକୁ ବ୍ୟବହାର କରିବା ପାଟି ପାଇଁ ଭଲ ହୋଇଥାଏ।

{"id":879360,"sizeSlug":"full","linkDestination":"none"}

ସୁନା ଦାନ୍ତ ସହଜରେ ଭାଙ୍ଗେନି । ଏହା ବହୁତ ଶକ୍ତ ହୋଇଥାଏ । ନିୟମିତ ବ୍ୟବହାର କଲେ ମଧ୍ୟ ଏହା ୫୦ ବର୍ଷରୁ ଅଧିକ ଦିନ ଯାଏଁ ଭଲ ରହିଥାଏ ।  ତେବେ ସୁନା ଦାନ୍ତର ମୂଲ୍ୟ ମଧ୍ୟ ସୁନା ମୂଲ୍ୟ ଅନୁଯାୟୀ ବଦଳିଥାଏ । ଏକ ରିପୋର୍ଟ ଅନୁଯାୟୀ, ସୁନା ଦାନ୍ତର ମୂଲ୍ୟ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

You Can Read:

wp:embed {"url":"https://www.prameyanews7.com/why-do-i-get-so-angry-know-the-reason-behind-it/?_thumbnail_id=879355","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-do-i-get-so-angry-know-the-reason-behind-it/?_thumbnail_id=879355
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.