scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ସଚିନଙ୍କ ୧୦୦ ଶତକର ବିଶ୍ଵ ରେକର୍ଡ ଭାଙ୍ଗି ପାରିବେ କୋହଲି ? ଭବିଷ୍ୟତବାଣୀ କଲେ ବ୍ରାଏନ ଲାରା

7/12/2023 at 6:14 PM

ନୂଆଦିଲ୍ଲୀ:  ଦିନିକିଆ ଅନ୍ତର୍ଜାତୀୟରେ ୫୦ତମ ଶତକ ହାସଲ ପରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି କଣ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ତମ ଶତକ କରିଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରିବେ। ଏହାକୁ ନେଇ ଏବେ ବଡ଼ ଭବିଷ୍ୟତବାଣୀ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ବ୍ରାଏନ  ଲାରା। ସେ କହିଛନ୍ତି ବିରାଟ କୋହଲିଙ୍କ ପାଇଁ ସଚିନଙ୍କ ୧୦୦ତମ ଶତକ ରେକର୍ଡ ଭାଙ୍ଗିବା ବହୁତ ମୁସ୍କିଲ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଚିନଙ୍କ ନାମରେ ୧୦୦ ଶତକର ରେକର୍ଡ ରହିଛି। ଏଥିରେ ଟେଷ୍ଟରେ ୫୧ ଓ ଦିନିକିଆରେ ୪୯ ଶତକ ସାମିଲ୍। କୋହଲିଙ୍କ ନାମରେ ୮୦ ଶତକ(୨୯ ଟେଷ୍ଟ, ୫୦ ଦିନିକିଆ ଓ ଗୋଟିଏ ଟି-୨୦) ଶତକ ରହିଛି।

Also read- ଟିମ୍ ଇଣ୍ଡିଆ ପାଇଁ କଠିନ ହେବ ଦକ୍ଷିଣ ଆଫ୍ରିକା ସିରିଜ୍; କୋଚ୍ ରାହୁଲ ଦ୍ରାବିଡ୍ କହିଲେ ଏମିତି

ଅନେକ ପୂର୍ବତନ ଖେଳାଳି ଓ କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ୩୫ ବର୍ଷୀୟ କୋହଲି ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। କିନ୍ତୁ ଲାରାଙ୍କ ରାୟ ଭିନ୍ନ ରହିଛି। ଲାରା ଆନନ୍ଦବଜାର ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, କୋହଲିଙ୍କ ବର୍ତ୍ତମାନ ବୟସ ୩୫ ବର୍ଷ। ସେ ୮୦ ଶତକ ଅର୍ଜନ କରି ସାରିଲେଣି ଏବଂ ଆହୁରି ୨୦ଟି ଶତକ ବାକି ରହିଛି। ଯଦି ସେ ପ୍ରତି ବର୍ଷ ୫ ଶତକ ହାସଲ କରନ୍ତି ତେବେ ସଚିନଙ୍କ ବିଶ୍ଵ ରେକର୍ଡର ସମକକ୍ଷ ହେବା ପାଇଁ ୪ ବର୍ଷ ସମୟ ଦରକାର। ସେତେବେଳକୁ କୋହଲିଙ୍କୁ ୩୯ ବର୍ଷ ବୟସ ହୋଇ ସାରିଥିବ। ଏହା ବହୁତ ମୁସ୍କିଲ କାମ।

Careless and false information: Brian Lara quashes rumours, confirms being  tested negative for Covid-19 | Cricket - Hindustan Times
hindustantimes.com

ଲାରା କହିଛନ୍ତି, ନିଶ୍ଚିତ ରୂପେ ଏହା କହି ହେବ ନାହିଁ ଯେ କୋହଲି ରେକର୍ଡ ଭାଙ୍ଗି ପାରିବେ କି ନାହିଁ। ଏହା କେହି ମଧ୍ୟ କହି ପାରିବେ ନାହିଁ। ଯେଉଁଲୋକେ କହୁଛନ୍ତି, କୋହଲି ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗି ଦେବେ, ସେମାନେ କ୍ରିକେଟ୍‌ର ଲଜିକ୍ ଉପରେ ବୋଧହୁଏ ନଜର ଦେଇ ନାହାନ୍ତି। ୨୦ ଶତକ ବହୁତ ଦୂର ରହିଛି। ଅଧିକାଂଶ କ୍ରିକେଟର ନିଜର ପୂରା କ୍ୟାରିୟରରେ ଏତିକି ଶତକ ମଧ୍ୟ ଅର୍ଜନ କରି ପାରି ନାହାନ୍ତି। ମୁଁ ସାହାସିକତାର ସହ ଏହା କହୁନାହିଁ। ବୟସ କାହା ପାଇଁ ଅଟକିବ ନାହିଁ। କୋହଲି ସଚିନଙ୍କ ଆହୁରି ଅନେକ ରେକର୍ଡ ଭାଙ୍ଗି ପାରିବେ ହେଲେ ୧୦୦ ଶତକ ରେକର୍ଡ ଭାଙ୍ଗିବା ମୁସ୍କିଲ ଲାଗୁଛି।

ତେବେ ଲାରାଙ୍କ କହିବା କଥା କେବଳ କୋହଲି  ହିଁ ସଚିନଙ୍କ ଏହି ବିଶାଳ ରେକର୍ଡର ନିକଟତର ହୋଇ ପାରିବେ। ମୁଁ ତାଙ୍କର ଅନୁଶାସନ ଓ ସମର୍ପଣର ବହୁତ ବଡ଼ ପ୍ରଶଂସକ। ସେ ଯେଉଁଭଳି ଉର୍ତ୍ସଗୀକୃତ ଭାବେ ମ୍ୟାଚ୍ ପାଇଁ ପ୍ରସ୍ତୁତି କରନ୍ତି, ତାହା ତାଙ୍କୁ ଅନ୍ୟ ଖେଳାଳିଙ୍କଠୁ ସ୍ଵତନ୍ତ୍ର କରିଛି। ମୋର ଶୁଭକାମନା ତାଙ୍କ ସହ ରହିଛି। ଯଦି ସେ ସଚିନଙ୍କ ପରି ୧୦୦ ଶତକ ହାସଲ କରି ପାରିବେ ତେବେ ମୁଁ ବହୁତ ଖୁସି ହେବି ବୋଲି ବ୍ରାଏନ ଲାରା କହିଛନ୍ତି।

   Related Posts