ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟର ହ୍ୟାଟ୍ରିକ ଲଗାଇ ପାରିବ ଭାରତ, ଏହି ଖେଳାଳି ହୋଇ ପାରନ୍ତି ଡାର୍କ ହର୍ସ: ପୂର୍ବତନ ଖେଳାଳି

Published By : Prameya-News7 Bureau | August 11, 2024 IST

freepressjournal

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଓ୍ଵାସିମ ଜାଫର ଚଳିତ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଭାରତର ଟେଷ୍ଟ ଶୃଙ୍ଖଳାକୁ ନେଇ ବଡ଼ ଭବିଷ୍ୟତବାଣୀ କରିଛନ୍ତି। ସେ କହିଛନ୍ତି, ଯଦି ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ତ୍ରିମୂର୍ତ୍ତି ଫିଟ୍ ରୁହନ୍ତି ତେବେ ଭାରତ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଜିତି ହ୍ୟାଟ୍ରିକ ମାରିବାର ସୁଯୋଗ ରହିଛି। ବହୁପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେବାକୁ ଯାଉଛି। ଭାରତ ନିଜର ଗତ ଦୁଇଟି ସିରିଜ୍‌ ଅଷ୍ଟ୍ରେଲିଆ ମାଟିରେ ୨୦୧୮-୧୯ ଓ ୨୦୨୦-୨୧ରେ ଜିତିଥିଲା। 

ସାମାଜିକ ଗଣମାଧ୍ୟମରେ ଆଲୋଚନା ସମୟରେ ଜାଫର ଚଳିତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଅର୍ଶଦୀପ ସିଂଙ୍କ ରୂପେ ଭାରତ ନିକଟରେ ବାମହାତୀ ଦ୍ରୁତ ବୋଲରଙ୍କ ବିକଳ୍ପ ରହିଛି। ଦ୍ରୁତ ବୋଲର ମୟଙ୍କ ଯାଦବ ଯଦି ଫିଟ୍ ରହିବେ ତେବେ ତାଙ୍କୁ  ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍‌ରେ ଭାରତୀୟ ଦଳରେ ଦେଖିବାକୁ ପାଇ ପାରନ୍ତି।

ଜାଫର କହିଛନ୍ତି, ଯଦି ବୁମରା, ଶାମି ଓ ସିରାଜ୍ ଫିଟ୍ ରୁହନ୍ତି ଏବଂ ସବୁ ମ୍ୟାଚ୍ ଖେଳିବାକୁ ଫିଟ୍ ରୁହନ୍ତି ତେବେ  ଭାରତ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ସିରିଜ୍ ଜିତିବାର ସୁଯୋଗ ରହିଛି। ଯଦି ମୟଙ୍କ ଯାଦବ ଫିଟ୍ ରୁହନ୍ତି ତେବେ ସେ ଭାରତୀୟ ଦଳର ଡାର୍କ ହର୍ସ ରହିବେ। 

ସିରିଜ୍‌ର ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡ୍‌ରେ ଖେଳାଯିବ। ଏହା ପରେ ତୃତୀୟ ଟେଷ୍ଟ ଡିସେମ୍ବର ୧୪ରୁ ବ୍ରିସବେନ, ଚତୁର୍ଥ ତଥା ବକ୍ସିଂ ଡେ ଟେଷ୍ଟ ଡିସେମ୍ବର ୨୬ରେ ମେଲବର୍ଣ୍ଣ ଓ ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.