ମିଠା ମକା ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ ! ସାଙ୍ଘାତିକ ରୋଗର ହୋଇପାରନ୍ତି ଶିକାର…
16/07/2023 at 2:57 PM

ନୂଆଦିଲ୍ଲୀ ୧୬।୦୭: ସ୍ୱିଟକର୍ଣ୍ଣ । ଏହାକୁ ସମସ୍ତେ କରିଥାନ୍ତି ପସନ୍ଦ । ପାଟିକୁ ସୁଆଦିଆ ଲାଗୁଥିବା ସ୍ୱିଟକର୍ଣ୍ଣ ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଏଥିରେ ଭରପୂର ରହିଥାଏ ନ୍ୟୁଟ୍ରିସନ । କିନ୍ତୁ ଏଥିରେ ରହିଛି କିଛି ସାଇଡ ଇଫେକ୍ଟସ । ଯଦି ଆପଣ ପ୍ରତ୍ୟେକ ଦିନ ଅଧିକ ମାତ୍ରାରେ ସ୍ବିଟକର୍ଣ୍ଣ ଖାଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ ।

ସ୍ବିଟକର୍ଣ୍ଣ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ । ଆଉ ଏହା ଦ୍ଵାରା ଶରୀରରେ ଜରୁରୀ ମିନେରାଲ୍ସ ଏବଂ ଭିଟାମିନର ଅଭାବ ହୋଇଥାଏ । ଯେଉଁଥିପାଇଁ ପେଲାଗ୍ରା ରୋଗ ହେବାର ସମ୍ଭାବନା ଥାଏ ।

ସ୍ବିଟକର୍ଣ୍ଣରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ରହିଥାଏ । ଯାହା ବ୍ଲଡସୁଗାର ମାତ୍ରାକୁ ବଢ଼ାଇଥାଏ । ଯଦି ଡାଇବେଟିଜ ଅଛି ତେବେ ସ୍ବିଟକର୍ଣ୍ଣ ଖାଇବା ଉଚିତ ନୁହେଁ ।

ସ୍ବିଟକର୍ଣ୍ଣରେ ଫାଇବର ମାତ୍ରା ଅଧିକ ଥାଏ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ଡାଇଜେଷ୍ଟିଭ ସିଷ୍ଟମରେ ପ୍ରଭାବ ପଡିଥାଏ । ଯେଉଁଥିପାଇଁ ପେଟ ଫୁଲିବା, ଗ୍ୟାସ ବ୍ଲୋଟିଙ୍ଗ, ହଜମ ନହେବା ଭଳି ସସମ୍ୟା ସୃଷ୍ଟି ହୋଇଥାଏ ।

ସ୍ବିଟକର୍ଣ୍ଣ ପ୍ରତ୍ୟେକ ଋତୁରେ ଖାଇବାକୁ ପସନ୍ଦ କରନ୍ତି ଲୋକେ । କିନ୍ତୁ ଖାଇବା ବେଳେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ହୋଇପାରେ ଅସୁବିଧା ।
You Can Read: