ଭାରତରେ ଖୋଲିବ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ, ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ

Published By : Prameya-News7 Bureau | January 06, 2023 IST

ଦିଲ୍ଲୀ: ଭାରତରେ ଖୋଲିବ ବିଦେଶୀ ବିଶ୍ବବିଦ୍ୟାଳୟ । ଆସନ୍ତା ୨ ବର୍ଷରେ କ୍ୟାମ୍ପସ ଖୋଲିବା ନେଇ ୟୁଜିସି ସୂଚନା ଦେଇଛି । ଶିକ୍ଷା ଅଧିକାରୀ ଆଇନର ନୂଆ ନିୟମ ବିଦେଶୀ ବିଶ୍ବବିଦ୍ୟାଳୟକୁ ଆକୃଷ୍ଟ କରିବ । ସଚେତନତା ପାଇଁ ୟୁଜିସି ପକ୍ଷରୁ ଉଦ୍ୟମ ଜାରି ରହିଛି । ଏନେଇ ୫୫ ବିଦେଶୀ ରାଜଦୂତଙ୍କୁ ଚିଠି ଲେଖାଯାଇଛି ବୋଲି ଚେୟାର ପର୍ସନ ଜଗଦୀଶ କୁମାର କହିଛନ୍ତି ।

ଭାରତରେ ଶିକ୍ଷା କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ନୂଆ ନିୟମ ଅନୁଯାୟୀ, ଧନ୍ଦାମୂଳକ ଶିକ୍ଷାକୁ ବିଶେଷ ଫୋକସ୍ ଦିଆଯାଉଛି । ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ଧନ୍ଦାମୂଳକ ବିଷୟ ରଖିପାରିବେ । ନୂଆ ଶିକ୍ଷାନୀତି ଅନୁଯାୟୀ, ବିଦେଶୀ ବିଶ୍ବ ବିଦ୍ୟାଳୟମାନଙ୍କୁ ସଂଚାଳନ ପାଇଁ ଅନୁମତି ଦିଆଯାଇଛି । ଏନେଇ ଦିଲ୍ଲୀରେ ଥିବା ୫୫ ବିଦେଶୀ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖାଯାଇଛି ଓ ଏହା ସହିତ ବିଦେଶୀ ବିଶ୍ବବିଦ୍ୟାଳୟମାନଙ୍କୁ ସଚେତନ କରାଯାଉଛି । ଆସନ୍ତା ଜୁଲାଇରୁ ଅଗଷ୍ଟ ମଧ୍ୟରେ ଡିଜିଟାଲ ୟୁନିଭରସିଟି ଖୋଲିବ ବୋଲି  ୟୁଜିସି ଚେୟାର ପର୍ସନ କହିଛନ୍ତି ।

କ୍ୟାମ୍ପସ ଖୋଲିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବ୍ୟବସ୍ଥା ହୋଇଛି । ଆଦେଶ ପତ୍ର ମିଳିବାର ଦୁଇ ବର୍ଷ ମଧ୍ୟରେ କ୍ୟାମ୍ପସ ଖୋଲିବା ନେଇ ଆଶା କରାଯାଉଛି । ଏହାର କିଛି ଦିନ ମଧ୍ୟରେ ପାଠପଢା ଆରମ୍ଭ ହେବ ବୋଲି କହିଛନ୍ତି ୟୁଜିସି ଚେୟାର ପର୍ସନ । ଅନ୍ୟପଟେ ନୂଆ ନିୟମ ୟୁଜିସିର ସ୍ବତନ୍ତ୍ରତା  ରକ୍ଷା କରିବା ସହିତ ଦେଶ ହିତକୁ ଧ୍ୟାନ ଦେଇ ତିଆରି କରାଯାଇଛି । ଏଥିରେ ସରକାରୀ ସଂସ୍ଥା ଦ୍ବାରା ଫି’ ସ୍ଥିର କରାଯିବ ନାହିଁ । ଭାରତୀୟ ବିଶ୍ବବିଦ୍ୟାଳୟ ଶାଖା ଭଳି ରାଙ୍କିଙ୍ଗ୍ ମଧ୍ୟ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.