ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର, ମଇଦାନରେ ପ୍ରାର୍ଥୀଙ୍କ ଜୋରଦାର କସରତ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ରାଜ୍ୟରେ ପ୍ରଥମ ପର୍ଯାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ସନ୍ଧ୍ୟା ୫ଟାରେ ସରିବ ପ୍ରଚାର ।  ୧୧ତାରିଖରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ  ହେବ ।  ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନ, ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଆସୁଥିବା ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନ ପାଇଁ ପ୍ରଚାର ଆଜି ସରିବ ।

ସେହିପରି ବ୍ରହ୍ମପୁର ଆସନ ଅଧୀନରେ ଆସୁଥିବା ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ପ୍ରଚାର ଜୋରଦାର କରିଛନ୍ତି ।

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟ୍ଟାଙ୍ଗୀ ବିଧାନସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ ଆଜି ଦିନ ତମାମ ଜୋରଦାର ଚାଲିବ । ଏହି ପର୍ଯ୍ୟାୟରେ ୨୦୩ ଜଣ ବିଧାୟକ ପ୍ରାର୍ଥୀ ଓ ୨୮ ଜଣ ସଂସଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.