Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝାରସୁଗୁଡ଼ା ଉପନିର୍ବାଚନ, ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ପ୍ରାର୍ଥୀ

26/04/2023 at 11:13 AM

ଝାରସୁଗୁଡ଼ା ୨୬/୦୪: ଝାରସୁଗୁଡା ଉପନିର୍ବାଚନ । ହାତରେ ଆଉ ମାତ୍ର ୧୪ ଦିନ ଥିବା ବେଳେ ପ୍ରଚାର ସରିବାକୁ ରହିଛି ୧୨ ଦିନ । ତେଣୁ ସବୁ ଦଳ ପ୍ରାର୍ଥୀ ନିଜର ପ୍ରଚାରକୁ ଜୋର କରିଛନ୍ତି ।

ମଙ୍ଗଳବାର ସଂଧ୍ୟାରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ୧୪ ନମ୍ୱର ୱାର୍ଡରେ ଘରକୁ ଘର ବୁଲି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡା ପୋୖରାଞ୍ଚଳ ଓ ଲଇକେରାରେ ମହିଳା ସମାବେଶରେ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ ।

ଅପରପକ୍ଷରେ ବିଜେଡି ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେଡି ର ମିଶ୍ରଣ ପର୍ବରେ ଯୁବ କଂଗ୍ରେସ ସଭାପତିଙ୍କ ସହ ବହୁ ଯୁବକ ବିଜେଡିରେ ଯୋଗଦେଇ ଥିବା ବେଳେ ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ଉପସ୍ଥିତି ରେ ବିଜେପିରେ ମଧ୍ୟ ବହୁ ଯୁବକ ମିଶିଥିଲେ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ନିଜର ପ୍ରଚାର ଜାରି ରଖିଛନ୍ତି ।

   Related Posts