ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଜେଲ୍ ରେ କ୍ୟାମ୍ପ କୋର୍ଟ: ଆଶା ଆଶଂକା ଭିତରେ ବିଚାରାଧୀନ କଏଦୀ

Published By : Prameya-News7 Bureau | October 29, 2018 IST

ଭୁବନେଶ୍ବର୨୯|୧୦:ଗୋଟିଏ ପଟେ କୋର୍ଟ ଚାଲିବ କି ନାହିଁ କୋର୍ଟ ପରିସରରେ ଘମାସାନ ଚାଲିଥିଲା। ସେପଟେ ଜେଲରେ ଚାଲିଥିଲା କ୍ୟାମ୍ପ କୋର୍ଟ। ବିଭିନ୍ନ ଜେଲରେ ବନ୍ଦୀ ଥିବା ବିଚାରାଧୀନ କଏଦୀଙ୍କ ଜାମିନ ନେଇ ବାଟ ଫିଟିଛି ତେବେ ଏହାକୁ ବି ଆଇନଜୀବୀମାନେ ବିରୋଧ କରିଛନ୍ତି ସେପଟେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଛୋଟମୋଟ କେସରେ ଫସିଥିବା ଲୋକେ ସେଠିବି ହଟହଟା ହୋଇଛନ୍ତି। ଯାଜପୁରର ଚନ୍ଦନ । ଚୋରା ମଦ କେସ୍‌ରେ ଜେଲ୍‌ରେ ଅଛନ୍ତି। ଦୁଇମାସ ହେଲାଣି। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ବେଲ୍‌ ହୋଇପାରୁନି । ଆଉ ଜଣେ ହେଉଛନ୍ତିଚୌଦ୍ବାର ସାଳଗାଁ ଗୁରୁଜଙ୍ଗ କହ୍ନେଇ ମଲ୍ଲିକ। ପ୍ରେମ କରି ଝିଅ ସହିତ ପଳାୟନ କରିଥିଲେ। କଝିଅର ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗିରଫ ହେଲେ ।  ଦୁଇ ପରିବାର ମିଳାମିଶା ହୋଇସାରିଲଣି । ହେଲେ ଜେଲ୍‌ରୁ ମୁକୁଳି ପାରାନାହାନ୍ତି କହ୍ନେଇ । କିଏ ଚୋରା ମୋବାଇଲ୍ ଅଭିଯୋଗରେ ତ ଆଉ କିଏ ଛୋଟ କାଟିଆ ଗଣ୍ଡଗୋଳରେ ଦୁଇମାସ ହେଲା ଜେଲ୍‌ରେ ସଢୁଛନ୍ତି । ଏଭଳି କେସ୍‌ରେ ଫସିଥିବା ଅଭିଯୁକ୍ତମାନଙ୍କ ପାଇଁ ଆଜିଠାରୁ ଆଶା ଉପୁଜିଛି।  ଉଛୁଳା ଜେଲ୍‌ରୁ ମୁକୁଳିବେ କଏଦୀ । ବିଭିନ୍ନ ଜେଲରେ ବନ୍ଦୀ ଥିବା ବିଚାରାଧୀନ କଏଦୀଙ୍କ ଜାମିନ ନେଇ ଆରମ୍ଭ ହୋଇଛି କ୍ୟାମ୍ପ କୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ଜେଲରେ କ୍ୟାମ୍ପ କୋର୍ଟ ଆରମ୍ଭ ହୋଇଛି। କଟକ ଚୌଦ୍ବାର ସର୍କଲ ଜେଲରେ ହୋଇଛି ୪ଟି କ୍ୟାମ୍ପ କୋର୍ଟ।  ରାଜ୍ୟର ବିଭିନ୍ନ ଜେଲରେ ମଧ୍ୟ କ୍ୟାମ୍ପ କୋର୍ଟ ବସିଛି । ସେପଟେ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କୋର୍ଟକୁ ବି ବିରୋଧ କରାଯାଇଛି । କାମାକ୍ଷାନଗର ଜେଲ ଫାଟକରେ ତାଲା ପକାଇ ଦେଇଥିଲେ ଓକିଲ ସଂଘର ସଦସ୍ୟ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜେଲରେ କ୍ୟାମ୍ପ କରି ବେଲ ଦେବାକୁ ବିରୋଧ କରାଯାଇଛି । ସେହିପରି କେନ୍ଦୁଝର, ସାଲେପୁର ଆଦି ସ୍ଥାନରେ କ୍ୟାମ୍ପ୍ କୋର୍ଟକୁ ବିରୋଧ କରିଛନ୍ତି ଆଇନଜୀବୀ । ଜେଲ୍‌ରେ କ୍ୟାମ୍ପ କୋର୍ଟ କରି ବିଚରାଧୀନ କଏଦୀଙ୍କୁ  ଜାମିନ୍‌ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଆଇନଜୀବୀଙ୍କ ବିରୋଧ ପୁଣି ଏଥିରେ ବାଧା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.