କଙ୍ଗାରୁ ଟିମ୍କୁ ଆଉ ଏକ ଝଟ୍କା, ପ୍ରଥମ ଟେଷ୍ଟରୁ ବାଦ୍ ପଡିବେ କ୍ୟାମେରୁନ୍ ଗ୍ରୀନ୍ !
8/02/2023 at 7:36 AM

ନାଗପୁର ୦୮।୦୨ : ଅଷ୍ଟ୍ରେଲିଆ ଟିମ୍କୁ ଆଉ ଏକ ଝଟ୍କା । ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ କଙ୍ଗାରୁ ଟିମ୍କୁ ଲାଗିଛି ଜୋରଦାର ଝଟ୍କା । ଅଲ୍ରାଉଣ୍ଡର କ୍ୟାମେରୁମ୍ ଗ୍ରୀନ୍ ନାଗପୁର ଟେଷ୍ଟ ଖେଳିପାରନ୍ତିନି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହି ସୂଚନା ଦେଇଛନ୍ତି ।
ସେ ପ୍ରେସ୍ମିଟ୍ରେ କହିଛନ୍ତି ଯେ, କ୍ୟାମେରୁନ୍ ଗ୍ରୀନ୍ ନେଟ୍ସ୍ରେ ପ୍ରାକ୍ଟିସ୍ କରିନାହାନ୍ତି । ନାଗପୁର ଟେଷ୍ଟରେ ଖେଳିବା ବହୁତ କଷ୍ଟକର । ଗ୍ରୀନ୍ ଖେଳିବା ନେଇ ମୁଁ ନିଶ୍ଚିତ ନୁହେଁ, କିନ୍ତୁ ମୋତେ ଲାଗୁଛି କି ସେ ଖେଳିନପାରନ୍ତି । ଆମେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବୁ ।ସେହିପରି ପୂର୍ବରୁ ଆହତ ଜନିତ ସମସ୍ୟା ଲାଗି ଦୁଇ ଜଣ ଷ୍ଟାର୍ ଖେଳାଳି ପ୍ରଥମ ଟେଷ୍ଟରୁ ବାଦ୍ ପଡିସାରିଛନ୍ତି । ପ୍ରଥମେ ମିଚେଲ୍ ଷ୍ଟାର୍କ ଏବଂ ପରେ ଜୋଶ ହେଜେଲ୍ଉଡ୍ ବାଦ୍ ପଡିଥିଲା । ଆଉ ଏବେ କ୍ୟାମେରୁନ୍ ଗ୍ରୀନ୍ ବାଦ୍ ପଡିପାରନ୍ତି ।
ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳ
ପାଟ୍ କମିନ୍ସ(ଅଧିନାୟକ), ଆଷ୍ଟନ ଏଗର, ଆଲେକ୍ସ କେରି, କ୍ୟାମରୁନ ଗ୍ରୀନ, ପିଟର ହ୍ୟାଣ୍ଡସ୍କମ୍ବ, ଜୋଶ ହେଜେଲଉଡ, ଟ୍ରେଭିସ୍ ହେଡ୍, ଉସ୍ମାନ ଖ୍ଵାଜା, ମାର୍ନସ ଲାବୁସେନ, ନାଥନ ଲିଓନ, ଲାନ୍ସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନଶ, ଷ୍ଟିଭ ସ୍ମିଥ୍(ଉପ ଅଧିନାୟକ), ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ଵେପସନ, ଡେଭିଡ ଓ୍ଵାର୍ଣ୍ଣର।
ଅଷ୍ଟ୍ରେଲିଆର ଭାରତ ଗସ୍ତ
ପ୍ରଥମ ଟେଷ୍ଟ : ଫେବୃଆରୀ ୯ରୁ ୧୩, ନାଗପୁର
ଦ୍ଵିତୀୟ ଟେଷ୍ଟ : ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ
ତୃତୀୟ ଟେଷ୍ଟ : ମାର୍ଚ୍ଚ ୧ରୁ ୫, ଧର୍ମଶାଳା
ଚତୁର୍ଥ ଟେଷ୍ଟ : ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବାଦ