ଆନ୍ଧ୍ର ସ୍କୁଲର ଢାଞ୍ଚା ବଦଳାଇବ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ, ଉନ୍ନତମାନର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଦେବ ତାଲିମ

Published By : Prameya-News7 Bureau | December 25, 2020 IST

ଅମରାବତୀ ୨୫/୧୨ :  ଆନ୍ଧ୍ର ପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟର ଥିବା ମ୍ୟୁନିସିପାଲିଟି ସ୍କୁଲର ପ୍ରୋଜେକ୍ଟଗୁଟିକୁ ଚଳିତ ଶିକ୍ଷାବର୍ଷରେ ବିଶ୍ବର ଅନ୍ୟତମ ସମ୍ମାନସ୍ପଦ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ତତ୍ତ୍ବାବଧାନରେ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯୋଗାଯୋଗ କ୍ଷେତ୍ରରେ ଅଧିକ ଦକ୍ଷତା ପ୍ରତିପାଦନ ପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ କେମ୍ରିଜ୍ ବିଶ୍ବବିଦ୍ୟାଳୟ ।

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ସହାୟତାରେ ଏକ ଭିତ୍ତିଭୂମି ପାଇଁ ବୃତ୍ତି ମାର୍ଗଦର୍ଶନ କେନ୍ଦ୍ରଗୁଡିକ ପ୍ରତିଷ୍ଠା କରିବାରେ ସହାୟକ ହେବ । ଏହା ଦକ୍ଷତା ବିକାଶ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷକ ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବାରେ ସହାୟକ ହେବ । ଏଥି ପାଇଁ ଆବଶ୍ୟକୀୟ ଶିକ୍ଷା ଭିତ୍ତିଭୂମି, ଅତିଥି ଅଧ୍ୟାପକ, ଟ୍ରେନର୍, ସଫ୍ଟଓ୍ବେର ଏବଂ କାଉନସିଲରଙ୍କୁ ବିନାମୂଲ୍ୟରେ ପ୍ରଦାନ କରିବ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ । ଏଥି ନେଇ ଆବଶ୍ୟକୀୟ ଭିତ୍ତି ଭୂମି ପ୍ରସ୍ତୁତ କରି ରଖିବା ପାଇଁ କମିସନର ଏବଂ ମ୍ୟୁନିସିପାଲିଟି ପ୍ରଶାସନର ନିର୍ଦେଶକଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ନିର୍ଦେଶ ଦେଇଛନ୍ତି ।

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ପ୍ରାୟ ୮ ହଜାର ଶିକ୍ଷକଙ୍କୁ ଟ୍ରେନିଂ ଦେବାପାଇଁ ଚିହ୍ନଟ କରାଯାଇଛି । ଏହା ସହ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ କ୍ଷେତ୍ରରେ ଉନ୍ନତମାନର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଟ୍ରେନିଂ ଦେବ କେମ୍ବ୍ରିଜ୍ । ଏ ନେଇ ଆନ୍ଧ୍ର ସରକାର ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି । ଏଥିପାଇଁ ୨ଟି ପର୍ଯ୍ୟାୟରେ ୩୬ କୋଟି ଟଙ୍କା ଖର୍ଚ୍ଚ କରିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.