ଦେଶବ୍ୟାପୀ ବାଣ ବିକ୍ରି ନେଇ ଆଜି ସୁପ୍ରିମକୋର୍ଟ ଶୁଣାଇପାରନ୍ତି ବଡ ନିଷ୍ପତ୍ତି

Published By : Prameya-News7 Bureau | October 23, 2018 IST

ନୂଆଦିଲ୍ଲୀ ୨୩|୧୦: ଏବର୍ଷ ଦିପାବଳୀରେ ସାରା ଦେଶରେ ବାଣ ଫୁଟିବ ନା ନାହିଁ ସେନେଇ ଆଜି ସୁପ୍ରିମକୋର୍ଟ ଶୁଣାଇପାରନ୍ତି ବଡ ନିଷ୍ପତ୍ତି । ବାଣ ବିକ୍ରି ଉପରେ କଟକଣା ଲଗାଇବା ନେଇ ହୋଇଥିବା ଆବେଦନ ଉପରେ ଏହି ରାୟ ଆସିବ । ଦିପାବଳୀ ସମୟରେ ଦେଶର ବିଭିନ୍ନ ସହରରେ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମାତ୍ରା ଯେଭଳି ଭାବରେ ବୃଦ୍ଧି ପାଏ, ସେହି ଦୃଷ୍ଟିରୁ ଏହି ରାୟର ଗୁରୁତ୍ବ ବଢି ଯାଇଛି । ତେବେ ଏହି ରାୟ ଫଳରେ ବାଣ ତିଆରି ଏବଂ ବ୍ୟବସାୟ ସହ ଜଡିତ ଶହ ଶହ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ୨୦୧୭ ମସିହାରେ ଦିଲ୍ଲୀ ଏନସିଆରରେ ଦିପାବଳୀ ସମୟରେ ବାଣ ବିକ୍ରି ଉପରେ କଟକଣା ଲଗାଇଥିଲେ । ତେବେ ସାରା ଦେଶରେ କଟକଣା ଲଗାଇବା ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ । ଏହା ବଦଳରେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ସପକ୍ଷରେ ଯୁକ୍ତି ରଖିଥିଲେ । ବାଣ ତିଆରିରେ ଲାଗୁଥିବା ଏମିତି କିଛି ସାମଗ୍ରୀ ଯାହା ପ୍ରଦୂଷଣ ମାତ୍ରା ବଢାଇଥାଏ ତାର ବ୍ୟବହାର ଉପରେ କଟକଣା ଲଗାଇବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.