କାଲିଫର୍ଣ୍ଣିଆରେ ଚୀନ ନବବର୍ଷ ପାଳନ ବେଳେ ଆଖିବୁଜା ଗୁଳିମାଡ, ୯ ମୃତ, ଅନେକ ଆହତ
22/01/2023 at 3:31 PM

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ଏକ ସମାରୋହ ସମୟରେ ଆଖିବୁଜା ଗୁଳି ମାଡର ଖବର ସାମନାକୁ ଆସିଛି । ଚୀନର ନବବର୍ଷ ଉପଲକ୍ଷେ ଆୟୋଜିତ ଏହି ସମାରୋହରେ ଗୁଳିକାଣ୍ଡର ଘଟଣା ଘଟିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିମାଡରେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, କାଲିଫର୍ଣ୍ଣିଆର ମାଣ୍ଟେରୀ ପାର୍କରେ ଏହି ଘଟଣା ଘଟିଛି । ଶନିବାର ବିଳମ୍ୱିତ ରାତିରେ ଏହି ଘଟଣା ପରେ ଭୟର ମାହୋଲ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରୁଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗୁଳିକାଣ୍ଡର ଘଟଣା ସ୍ଥାନୀୟ ସମୟାନୁସାରେ ରାତି ୧୦ଟା ପାଖାପାଖି ହୋଇଛି । ଏଠାରେ ମାଣ୍ଟେରୀ ପାର୍କରେ ଚୀନର ନବ ବର୍ଷ ପାଳନ କରାଯାଉଥିଲା । ଏହାର ଗୋଟିଏ ଦିନ ପୂର୍ବେ ହଜାର ହଜାର ସଂଖ୍ୟାରେ ଲୋକମାନେ ମହୋତ୍ସବରେ ସାମିଲ ହୋଇଥିଲେ।