ପୋଲିସ୍ ଗୋଡାଇଲା, ସ୍ପିଡ୍ କାର ଭିତରୁ ଆରୋହୀ ରାସ୍ତାକୁ ଫିଙ୍ଗି ଦେଲେ ୬ କୋଟି ୪୦ ଲକ୍ଷ ଟଙ୍କାର ଡଲାର, କ’ଣ ସେ ରହସ୍ୟ ?

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬।୦୫: ପୋଲିସ୍ ପିଛା କରିବା ପରେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ସନ୍ଦିଗ୍ଧ ବ୍ୟକ୍ତି ଏକ ନିୟୁତ ଡଲାର ଫିଙ୍ଗି ଦେଇଛନ୍ତି। ଏହି ଘଟଣା ଆମେରିକାର କାର୍ଲିଫର୍ଣ୍ଣିଆରେ ଘଟିଛି। କାଲିଫର୍ଣ୍ଣିଆର ହାଇଓ୍ଵେ ପେଟ୍ରୋଲ(CPH) କହିଛନ୍ତି, ଏହି ବ୍ୟକ୍ତି ମଧ୍ୟକାର୍ଲିଫର୍ଣ୍ଣିଆରେ ଏକ ହାଇଓ୍ଵେ କଡରେ ଦୁଇଟି ନଗଦ ଭରା ବ୍ୟାଗକୁ ଗାଡିରେ ଭର୍ତ୍ତି କରି ଫେରାର  ହେବାକୁ ଚେଷ୍ଟା କରିଥିଲେ।

ଏହି ଘଟଣାରେ କାର୍ଲିଫର୍ଣ୍ଣିଆ ପୋଲିସ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ, ଏହି ମୋଟା ଅଙ୍କର ଅର୍ଥକୁ ଉତ୍ତର କାର୍ଲିଫର୍ଣ୍ଣିଆରେ ଗଞ୍ଜେଇ କିଣିବା ଲାଗି ବ୍ୟବହାର କରିବାକୁ ନିଆଯାଉଥିଲା। କେହି ଜଣେ ଫେସବୁକରେ ସୂଚନା ଦେଇଥିଲେ ଯେ, ଦୁଇ ସନ୍ଦିଗ୍ଧ କାନ୍ଧରେ ଦୁଇଟି ପେଟିରେ ନଗଦ ଅର୍ଥ ଧରି ରାସ୍ତା କଡରେ ଛିଡା ହୋଇଥିବା ତାଙ୍କ ପାଖୁ ଅନେକ ଥର କଲ୍‌ ଆସିଥିଲା। ଯାହା ଲାଗୁଥିଲା ସେମାନେ କୌଣସି ଗାଡିକୁ ଅପେକ୍ଷା କରିଛନ୍ତି।

{"id":265842,"sizeSlug":"large"}

ଅଧିକାରୀଙ୍କ ଅନୁଯାୟୀ ଜବତ ଅର୍ଥର ପରିମାଣ ୯ ଲକ୍ଷ ୧୫ ହଜାର ଆମେରିକୀୟ  ଡଲାର ହେବ ଅର୍ଥାତ ୬ କୋଟି ୪୦ ଲକ୍ଷ ୫୦ ହଜାର ଟଙ୍କା ହେବ। ସୂଚନା ମିଳିବା ମାତ୍ରେ ପୋଲିସ୍ ସିଏଚପି ଅଧିକାରୀ ଏରିଜ  ଜୁନିଆ ନିଜର ସନ୍ଧାନୀ କୁକୁର ବେନୀ ସହ ସନ୍ଦିଗ୍ଧଙ୍କ ପିଛା ଆରମ୍ଭ  କରିଥିଲେ।

ସନ୍ଦିଗ୍ଧ କଳା ରଙ୍ଗର ୨୦୨୦ ସେର୍ଭରୋଲେଟ୍ ସୁବୁରବାନ କାରରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆଉ ଏକ କଳା ରଙ୍ଗର କାର ପୋଲିସ ଗାଡିର ମାର୍ଗକୁ ଅବରୋଧ କରିବାକୁ ଚେଷ୍ଟା କରିଥିଲେ ଫଳରେ ଦ୍ରୁତ ଗତିରେ ଯାଉଥିବା ସନ୍ଦିଗ୍ଧଙ୍କୁ ଧରିବାରେ ପୋଲିସ ପରିଶ୍ରମ କରିବାକୁ ପଡିଥିଲା। ଏହି ପରି ପୋଲିସ ଓ ସନ୍ଦିଗ୍ଧଙ୍କ ମଧ୍ୟରେ ଦୀର୍ଘ ସମୟ ଛକାପଞ୍ଝା ଖେଳ ଜାରି ରହିଥିଲା।

{"id":265843,"sizeSlug":"large"}

ପୋଲିସ କହିଛି ଯେ, ପିଛା କରିବା ସମୟରେ ସନ୍ଦିଗ୍ଧ ରାସ୍ତାର ଏକ ପଏଣ୍ଟରେ କାରକୁ ଅଚାନକ ଅଟକାଇ ଦେଇଥିଲେ। ପୋଲିସ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ କାରର ଡୋର୍ ଖୋଲି ଡ୍ରାଇଭର ଓ ଜଣେ ସନ୍ଦିଗ୍ଧ ନଗଦ ଅର୍ଥରେ ଭର୍ତ୍ତି ଦୁଇଟି ପେଟିକୁ କାନ୍ଧରେ ବୋହି ବାହାରକୁ ଫିଙ୍ଗି ଦେଇଥିଲେ।

{"id":265844,"sizeSlug":"large"}

ସେଠାରୁ ଫେରାର ମାରିବା ପୂର୍ବରୁ ପୋଲିସ ପାଖରେ ପହଞ୍ଚି ଯାଇଥିଲା। ଅନ୍ୟ ଉପାୟ ନପାଇ କାରର ଚାଳକ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଡ୍ରାଇଭର ସହିତ ଅନ୍ୟ ଜଣ ସନ୍ଦିଗ୍ଧକୁ ପୋଲିସ ଗିରଫ କରିଛି। ତୃତୀୟ ଜଣକ ଘଟଣାସ୍ଥଳକୁ ଫେରାର ମାରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ନାମ ଫ୍ରାଙ୍କ କାପ୍ରୋରୋ(୨୩) ଓ ଡେସମଣ୍ଡ ମାକଗେ(୨୫)। ଉଭୟ ନ୍ୟୁୟର୍କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.