କାଲିଫର୍ନିଆ ଜଙ୍ଗଲରେ ଭୀଷଣ ନିଆଁ : ସପ୍ତାହେରେ ଜଳିଗଲାଣି ୭୦୦ରୁ ଅଧିକ ଘର

Published By : Prameya-News7 Bureau | August 23, 2020 IST

ସାନ ଫ୍ରାନସିସ୍କୋ ୨୩/୦୮ : ଆମେରିକା କାଲିଫର୍ନିଆ ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି | ସପ୍ତାହେ ମଧ୍ୟରେ ଏହି ନିଆଁ ପାଖାପାଖି ୧୦ ଲକ୍ଷ ଏକର ଯାଏଁ ବ୍ୟାପିଛି | ନିଆଁ ଯୋଗୁଁ ହଜାର ହଜାର ଘର ନଷ୍ଟ ହୋଇଛି | ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି | କିନ୍ତୁ ଚଳିତ ସପ୍ତାହ ଶେଷ ଆଡକୁ ପୁଣି ନିଆଁ ଲାଗିପାରେ ବୋଲି ଆଶଙ୍କା କରାଯାଉଛି | ଫଳରେ ରାଜ୍ୟର ଦମକଳ କର୍ମୀ ଚିନ୍ତାରେ ପଡିଯାଇଛନ୍ତି |

{"id":318906,"sizeSlug":"large"}

ଏହି ବିପର୍ଯ୍ୟୟ ସ୍ଥିତିର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶନିବାର ଦିନ ସଂଘୀୟ ସହାୟତା ପ୍ରଦାନ କରିବାକୁ ଏକ ବଡ ରିଲିଫ ଘୋଷଣା କରିଛନ୍ତି | ରାଜ୍ୟର ରାଜ୍ୟପାଳ ଗେବିନ ନ୍ୟୁଜର୍ମ କହିଛନ୍ତି ଯେ ଏହିଭଳି ସଙ୍କଟ ସମୟରେ ଏହି ଘୋଷଣା ନିଆଁରେ ପ୍ରଭାବିତ କାଉଣ୍ଟିବାସୀଙ୍କ ଆବାସ ଓ ଅନ୍ୟ ସାମାଜିକ ସେବା ପ୍ରଦାନ କରିବାକୁ ସାହାଯ୍ୟ କରିବ | ସାନ ଫ୍ରାନସିସ୍କୋ ପ୍ରାନ୍ତରେ ଦୁଇ ଅଞ୍ଚଳରେ ଭୀଷଣ ନିଆଁ ଲାଗିଛି | ଆକାର ଆଧାରରେ ଏହି ଅଗ୍ନିକାଣ୍ଡ ରାଜ୍ୟର ଇତିହାସରେ ଦ୍ୱିତୀୟ ଓ ତୃତୀୟ ବଡ ବନଅଗ୍ନିର ରେକର୍ଡ ଭାଙ୍ଗିଛି |

{"id":318907,"width":567,"height":302,"sizeSlug":"large"}

କାଲିଫର୍ନିଆ ଜଙ୍ଗଲରେ ଅଗ୍ନିକାଣ୍ଡର ୫୮୫ ମାମଲାରେ ପାଖାପାଖି ୧୦ ଲକ୍ଷ ଏକର ଜଙ୍ଗଲ ପୋଡି ସାରିଛି | ଏହି ନିଆଁରେ ପାଖାପାଖି ୪ ହଜାର ୪୬ ବର୍ଗ କିମି ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି | ଜଙ୍ଗଲରେ ଲାଗିଥିବା ଏହି ନିଆଁ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି | ୭୦୦ ରୁ ଅଧିକ ଘର ଓ ଅନ୍ୟାନ୍ୟ କୋଠା ପୋଡି ପାଉଁଶ ହୋଇଯାଇଛି | ହଜାର ହଜାର ଲୋକ ନିଜ ଘର ହରାଇଛନ୍ତି |

{"id":318908,"sizeSlug":"large"}

ଆମେରିକା ରାଷ୍ଟ୍ରୀୟ ପାଣିପାଗ ବିଭାଗ ନ୍ୟାସନାଲ ପାଣିପାଗ ସେବା ରବିବାର ସକାଳୁ ସୋମବାର ଅପରାହ୍ନ ଯାଏଁ ସେଣ୍ଟ୍ରାଲ କୋଷ୍ଟ ନିକଟରେ ଆହୁରି ଭୟଙ୍କର ନିଆଁ ଲାଗିବାର ଚେତାବନୀ ଜାରି କରିଛି |

{"id":318909,"width":568,"height":318,"sizeSlug":"large"}

ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ହାଲୁକା ପବନ, ଥଣ୍ଡା ଓ ଅଧିକ ଆର୍ଦ୍ରତା ବିଶିଷ୍ଟ ରାତିର ପାଣିପାଗ ଦ୍ୱାରା ଅଗ୍ନିଶମ କର୍ମଚାରୀଙ୍କୁ ସାହାଯ୍ୟ ମିଳିଛି କିନ୍ତୁ ଶୁଷ୍କ ପାଣିପାଗ, ଜୋର ପବନ ଓ ବଜ୍ରପାତ ସମ୍ବନ୍ଧୀୟ ପୂର୍ବାନୁମାନରୁ ସେମାନଙ୍କ ପ୍ରୟାସ ବିଫଳ ହୋଇଯାଇଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.