ଉଡାଣ ବେଳେ ଏୟାରଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ, ପୁଣି ଅବୁଧାବୀ ଏୟାରପୋର୍ଟକୁ ଫେରିଲା
3/02/2023 at 10:53 AM

ନୂଆଦିଲ୍ଲୀ 03/02: ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ। ଆବୁଧାବିରୁ କଲିକଟ ଅଭିମୁଖେ ଯାଉଥିବା ଉଡାଣ ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବାମ ଇଞ୍ଜିନ ନିଆଁ ଲାଗି ଯାଇଛି। ଏହି ସୂଚନା ପାଇଲଟଙ୍କୁ ମିଳିବା ମାତ୍ରେ ବିମାନଟିକୁ ଅବୁଧାବୀ ଏୟାରପୋର୍ରଟରେ କରାଯାଇଛି ଇମର୍ଜେନ୍ସି ଲ୍ୟାଣ୍ଡିଂ। ସୂଚନାନୁସାରେ, ବିମାନର ଗୋଟିଏ ଇଞ୍ଜିନରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା ଏବଂ ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ପୁଣିଥରେ ଆବୁଧାବି ବିମାନବନ୍ଦରରେ ଅବତରଣ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଅବତରଣ କରାଇଥିଲେ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଅନୁଯାୟୀ, B737-800 ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଉଡ଼ାଣ ସମୟରେ ବିମାନକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏୟାର ଲାଇନ୍ ମୁତାବକ, ବିମାନରେ ଥିଲେ 184 ଜଣ ଯାତ୍ରୀ।
ଏହି ଘଟଣାରେ ଡିଜିସିଏ ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି ଯେ, ଆମେ ତଦନ୍ତ କରିବୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏଥିସହ ଏୟାର ଲାଇନର ମୁଖପାତ୍ର କହିଛନ୍ତି ଯେ, ନିୟାମକ କର୍ତ୍ତୃପକ୍ଷ ଏବଂ ବିମାନର ସୁରକ୍ଷା ବିଭାଗ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି।
କୁହାଯାଉଛି ଯେ, ବିମାନ ଇଞ୍ଜିନରେ ନିଆଁ ଲାଗିବା ଘଟଣା ପ୍ରଥମ ଥର ନୁହେଁ। ପୂର୍ବରୁ ବି ଅନେକ ଥର ଘଟିଛି। ଗତ ବର୍ଷ ସେପ୍ଟେମ୍ବର 14ରେ ମଧ୍ୟ ସମାନ ଘଟଣା ଘଟିଥିଲା। ମସ୍କଟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା।