ପ୍ରସବ ପରେ ଛାଡି ପଳାଇଲା ମା, ହାତୀ ଛୁଆକୁ ଉଦ୍ଧାର କରି ଚିକିତ୍ସା କରୁଛି ବନବିଭାଗ

Published By : Prameya-News7 Bureau | June 12, 2022 IST

ଢେଙ୍କାନାଳ ୧୨।୦୬: ପ୍ରସବ ପରେ ଛାଡି ପଳାଇଲା ମା । ଆଉ ହାତୀ ଶାବକଟିକୁ ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରୁ ସ୍ୱତନ୍ତ୍ର ଡାକ୍ତରୀ ଓ ହାତୀ ଛୁଆ ପାଳନ କରୁଥିବା କର୍ମଚାରୀଙ୍କ ମାଧ୍ୟମରେ ଚିକିତ୍ସା ଜାରି ରଖିଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କୁନୂଆ ନିକଟ ସଂରକ୍ଷିତ ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶନିବାର ରାତିରେ ଜନ୍ମ ପରେ ଛିଡା ହୋଇ ନପାରିବାରୁ ମାଈହାତୀ ବାଧ୍ୟ ହୋଇ ହାତୀ ପଲଙ୍କ ସହ ଏହି ନବଜାତ ଶାବକକୁ ଛାଡି ପଳାଇଥିଲେ ।   ବନବିଭାଗର ଉଦ୍ୟମ ପରେ ହାତୀ ଛୁଆଟି ସୁସ୍ଥ ହେଉଥିବା ବେଳେ ଠିଆ ହେଉଥିବା ସୂଚନା ମିଳିଛି । ତେବେ ହାତୀ ଛୁଆଟି ସମ୍ପୂର୍ଣ୍ଣ ଠିଆ ହୋଇ ଚାଲିଲେ ବନ ବିଭାଗ ଏହି ହାତୀ ଛୁଆକୁ ମା ସହ ଜଙ୍ଗଲରେ ଛାଡି ଦେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.