ତଳି ଖାଇଦେଲା ବୋଲି ବନ୍ଧା ପଡିଛି ମା’, ଉଦ୍ଧାର ପାଇଁ ଥାନାରେ ରଡି ଛାଡୁଛି ଛୁଆ

Published By : Prameya-News7 Bureau | August 29, 2023 IST

ଭଦ୍ରକ ୨୯।୮: ମା’କୁ ଉଦ୍ଧାର ପାଇଁ ଥାନାରେ ଛୁଆ । ରଡି କରୁଛି, ଯେମିତି ଥାନା ବାବୁଙ୍କୁ କହୁଛି ମୋ ମା’କୁ ଉଦ୍ଧାର କର । ମୁଁ ଚାରି ଦିନ ହେବ ମୋ ମା’କୁ ଦେଖିନି । ଏହି ଛୁଆ ହେଉଛି ବାଛୁରୀ । ମା’ ଗାଈ ବିଲରେ ତଳି ଖାଇଦେଇଛି ବୋଲି ବିଲର ମାଲିକ ୪ ଦିନ ହେବ ବାନ୍ଧି ରଖିଛି । ଆଉ ଏବେ ଛୁଆ ବାଛୁରୀକୁ ନେଇ ଥାନାରେ ମାଲିକ । ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାରେ ଦେଖିବାକୁ ମିଳିଛି ।

{"id":837498,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଆରଡ଼ି ଛକ ଅଞ୍ଚଳର ରିତାରାଣୀ ମଲ୍ଲିକ ଗାଈ ଓ ବାଛୁରୀ ରଖିଛନ୍ତି । ବାଛୁରୀକୁ ଘରେ ରଖି ଗାଈକୁ ବିଲରେ ବାନ୍ଧିଥିଲେ । କିନ୍ତୁ ଗାଈକୁ ଆଣିବା ପାଇଁ ଯାଇ ଦେଖନ୍ତି ତ ପଘା ପଡିଛି ଗାଈ ନାହିଁ । ବହୁ ଖୋଜାଖୋଜି ପରେ ଜନୈକ ବ୍ୟକ୍ତିଙ୍କ ଘରେ ଗାଈ ଥିବା ଜାଣିବାକୁ ପାଇଥିଲେ । ଗାଈକୁ ଆଣିବା ପାଇଁ ଯିବାରୁ ଗାଈ ରଖିଥିବା ବ୍ୟକ୍ତି କହିଲେ ଯେ ତାଙ୍କ ବିଲରେ ତଳି ଖାଇଛି ତେଣୁ ଗାଈକୁ ଛାଡିବେ ନାହିଁ । କ୍ଷତିପୂରଣ ବାବଦକୁ ଟଙ୍କା ମଧ୍ୟ ମାଗିଲେ । ଗାଈର ମାଲିକ ୨ ହଜାର ଟଙ୍କା ମଧ୍ୟ ଦେଇଛନ୍ତି । କିନ୍ତୁ ପ୍ରାୟ ୪ ଦିନ ହେବ ଗାଈକୁ ଛାଡୁ ନାହାନ୍ତି । ବାଛୁରୀ ମଧ୍ୟ ମା’କୁ ନ ପାଇ ଖାଇବା ଛାଡ଼ିଦେଲାଣି । ତେଣୁ ବହୁ ଅନୁରୋଧ ପରେ ବାଛୁରୀକୁ ନେଇ ଗାଈର ମାଲିକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି । ବାଛୁରୀ ଥାନାରେ ମଧ୍ୟ ହମ୍ବା ରଡି ଛାଡ଼ୁଛି ।

You Can Read :

wp:embed {"url":"https://www.prameyanews7.com/dgp-sunil-bansal-visits-nuapada-and-holds-review-meeting-over-maoist/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dgp-sunil-bansal-visits-nuapada-and-holds-review-meeting-over-maoist/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.