କେନ୍ଦ୍ରର ‘ଭାରତ ଛାଡ’ ନୋଟିସ୍ ଉପରେ ରହିତାଦେଶ ଲଗାଇଲେ କଲିକତା ହାଇକୋର୍ଟ, ସିଏଏ ବିରୋଧୀ ରାଲିରେ ସାମିଲ ଥିଲେ ବିଦେଶୀ ଛାତ୍ର

Published By : Prameya-News7 Bureau | March 05, 2020 IST

କୋଲକାତା ୦୫।୦୩- ଦେଶର ଅନେକ ଭାଗରେ ସିଏଏ ବିରୋଧରେ ହଙ୍ଗାମା ଜାରି ରହିଛି। ଏହି କ୍ରମରେ କଲିକାତା ଉଚ୍ଚ ନ୍ୟାୟାଳୟ ଗୁରୁବାର କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ଏକ ନୋଟିସ୍ ଉପରେ ରହିତାଦେଶ ଜାରି କରିଛନ୍ତି। ଯେଉଁଥିରେ  ପୋଲିସ ସିଏଏ ବିରୋଧୀ ପ୍ରଦର୍ଶନରେ ସାମିଲ ଜଣେ ବିଦେଶୀ ଛାତ୍ରଙ୍କୁ ଦେଶରୁ ବାହାରି ଯିବାକୁ କହିଥିଲା।

ଜଷ୍ଟିସ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ କେନ୍ଦ୍ରର ଏହି ନୋଟିସ୍ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୧୮ ପର୍ଯ୍ୟନ୍ତ କାମିଲ ସାଇଡସିଜିନ୍ସକଙ୍କୁ ଦେଶରୁ ନିର୍ବାସିତ ହେବାକୁ କୁହାଯାଇଥିଲା। ଏହା ବିରୋଧରେ ଛାତ୍ର ଜଣଙ୍କ କୋର୍ଟରେ ପିଟିସନ ଦାୟର କରିଥିଲେ। ଛାତ୍ର ଜଣକ ଯାଦବପୁର ବିଶ୍ଵ ବିଦ୍ୟାଳୟରେ Department of Comparative Literature ବିଭାଗର ଶେଷ ବର୍ଷର ଛାତ୍ର। ତାଙ୍କୁ ଫେବୃଆରୀ ୧୪ରେ କୋଲକାତାରେ ବିଦେଶୀଙ୍କ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ(EPFO)ପକ୍ଷରୁ ଭାରତ ଛାଡିବାକୁ ନୋଟିସ୍ ଦିଆଯାଇଥିଲା। EPFO ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଅଧିନରେ ଆସିଥାଏ।

ନିଜ ବିରୋଧରେ ଲାଗିଥିବା ଆରୋପ ଉପରେ ସାଇଡସିଜିନ୍ସକଙ୍କୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ ବର୍ଷ ଡିସେମ୍ବର ୧୯ରେ ଦିଲ୍ଲୀର ରାମଲୀଲା ମଇଦାନରେ ଆୟୋଜିତ ରାଲିରେ ଯୋଗ ଦେବାରେ ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା।

ମୁଁ ଏଠାକୁ ବହୁତ ଉତ୍ସୁକତାରେ ପ୍ରେରିତ ହୋଇ ଆସିଥିଲି, କାରଣ ମୋର ବିଭାଗର ଛାତ୍ର ଓ ଶିକ୍ଷକ ବିଭିନନ ପ୍ରକାରର ସାଂସ୍କୃତିକ, କଳାତ୍ମକ, ସାମାଜିକ ଓ ରାଜନୈତିକ ଗତିବିଧିରେ ସାମିଲ ରହିଥିଲେ। ଯେତେବେଳେ ଯାଦବପୁର ବିଶ୍ଵ ବିଦ୍ୟାଳୟର ଛାତ୍ରଙ୍କ ଏକ ଗୋଷ୍ଠୀ ଗୀତ ଗାଇବା ଆରମ୍ଭ କଲେ ତେବେ କିଛି ମିନିଟ୍ ପାଇଁ ମୁଁ ସେମାନଙ୍କର ନିକଟକୁ ଚାଲି ଯାଇଥିଲି। ସେହି ସମୟରେ ସେମାନେ ମୋତେ ନାରା ଲଗାଇବା ଏବଂ ପୋଷ୍ଟର ଧରିବାକୁ କହିଥିଲେ। ମୁଁ ମନା କରି ଦେଇଥିଲି ଏବଂ ସେଠାରୁ ଚାଲି ଆସିଥିଲି। ଏହା ପରେ ମୁଁ ନିଜ କାମରେ ବ୍ୟସ୍ତି ରହିଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.