ଶାହଜହାଁ ଶେଖର ଗିରଫ ଉପରେ ଲାଗିନି ରୋକ, ଅଭିଷେକ ବାନାର୍ଜୀଙ୍କ ବୟାନ ଉପରେ ଜାଣନ୍ତୁ କ’ଣ କହିଲେ କୋଲକାତା ହାଇକୋର୍ଟ?

Published By : Prameya-News7 Bureau | February 26, 2024 IST

କୋଲକାତା ୨୬।୨: କୋଲକତା ଉଚ୍ଚନ୍ୟାୟାଳୟ ସୋମବାର ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳାଙ୍କ ପ୍ରତି ଅତ୍ୟାଚାର  ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି)  ନେତା ଶେଖ ଶାହଜହାଁଙ୍କ ଗିରଫ ଉପରେ କୌଣସି ରୋକ ଲାଗି ନାହିଁ। ନ୍ୟାୟାଳଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଟି.ଏସ.ଶିବଗଣନମ ଟିଏମସି ନେତା ଶାହଜହାଁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି),କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଓ ପଶ୍ଚିମବଙ୍ଗ ଗୃହ ସଚିବଙ୍କୁ ସ୍ୱତଃ ସଜ୍ଞାନ ମାମଲାରେ ପକ୍ଷ ରୂପେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଏହି ମାମଲାରେ ମୁଖ୍ୟ ନ୍ୟାୟାଧୀଶ ଟିପ୍ପଣୀ କରି କହିଛନ୍ତି ଯେ ସ୍ପଷ୍ଟ ରୂପେ କହିଲେ ପୋଲିସକୁ ଏପରି କୌଣସି ନିର୍ଦ୍ଦେଶ ଦିଆଯାଇନି ଯେ ତୃଣମୂଳ ନେତାଙ୍କ ଗିରଫ ଉପରେ କୌଣସି ରୋକ ଅଛି। ଆମେ ପୋଲିସକୁ ଏହା କହି ନଥିଲୁ ଯେ ତାଙ୍କୁ ଗିରଫ କରାଯାଇ ପାରିବନି। ମାମଲାର ଶୁଣାଣି କାଳରେ କୋର୍ଟ ଅଭିଷେକ ବାନାର୍ଜୀ ଓ ବେଙ୍ଗଲର ଦୁଇ ମନ୍ତ୍ରୀଙ୍କ ଟିପ୍ପଣୀ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ମାମଲାରେ ଅଭିଷେକ ବାନାର୍ଜୀଙ୍କ ଦାବିକୁ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ ମଧ୍ୟ କରିଛନ୍ତି।

wp:html /wp:html

କୋର୍ଟ କହିଛନ୍ତି ଯେ ଖବର କାଗଜରେ ସାର୍ବଜନିକ ନୋଟିସ୍ ଜାରି କରିବାକୁ ଆମ୍ଭେ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେବୁ, କାରଣ ସାହଜହାଁ ଶେଖ ଫେରାର ହୋଇଯାଇଛି।  ଟିଏମସି ସାଧାରଣ ସମ୍ପାଦକ ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ ରବିବାର ସନ୍ଦେଶଖାଲିର ଫେରାର ନେତା ଶାହଜହାଁ ଶେଖର ଗିରଫରେ ବିଳମ୍ବ ଲାଗି ନ୍ୟାୟପାଳିକାକୁ ଦାୟି କରିଥିଲେ। ବାନାର୍ଜୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସାହଜହାଁ ଶେଖକୁ ନ୍ୟାୟପାଳିକା ପକ୍ଷରୁ ସଂରକ୍ଷଣ ଦିଆଯାଉଛି, ଯାହା ଦ୍ୱାରା ସନ୍ଦେଶଖାଲି ଚର୍ଚ୍ଚାରେ ରହିବ ଓ ଜଳୁଥିବ।

ଟିଏମସି ନେତା ଶେଖ ଶାହଜହାଁଙ୍କୁ ନେଇ ବଶିରହାଟ ଏସପି ଏଚ.ଏମ.ରହମାନ କହିଛନ୍ତି ଯେ ତାଙ୍କ ବିରୋଧରେ ଆମକୁ ଅଭିଯୋଗ ମିଳିଛି। ଏହି ଅଭିଯୋଗର ଏବେ ଯାଞ୍ଚ ହେଉଛି ଓ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଆମେ ଶେଖ ଶାହଜହାଁ ବିରୋଧରେ ଏତଲା ରୁଜୁ କରିଛୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.