scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘୪୮ ଘଣ୍ଟା ମଧ୍ୟରେ ମୁତୟନ କର କେନ୍ଦ୍ରୀୟ ବଳ’, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ

15/06/2023 at 8:58 PM

କୋଲକାତା, ୧୫/୦୬: ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କୋଲକାତା ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସବୁ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଳ ନିୟୋଜିତ କରିବାକୁ କହିଛନ୍ତି।ସେହିଭଳି ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ କହିଛନ୍ତି।

ସୂଚନାଥାଉକି, ପଶ୍ଚିମବଙ୍ଗରେ ୮ ଜୁଲାଇରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ୧୬ ଜୁନ୍‌ ପର୍ଯ୍ୟନ୍ତ ନାମାଙ୍କନ ଜାରି ରହିଛି। ଏହାରି ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଗୁରୁବାର ଉତ୍ତର ଦିନାଜପୁରରେ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ତିନି ଜଣଙ୍କୁ ଗୁଳିମାଡ଼ ହୋଇଥିଲା ଯେଉଁଥିରେ ଜଣକର ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ ଗୁରୁତର ଭାବ​ରେ ଆହତ ହୋଇଥିଲା।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକରେ ରଦ୍ଦ ହେଲା ଧର୍ମାନ୍ତରୀକରଣ ବିରୋଧୀ ଆଇନ, କଂଗ୍ରେସ ଶାସନରେ ବଦଳିଲା ବିଜେପିର ନିଷ୍ପତ୍ତି

ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏହି ହିଂସା ପଛରେ ବିରୋଧୀ ଦଳର ହାତ ରହିଥିବା ନେଇ କହିଛନ୍ତି। ମହେଶତଲାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା ବାନାର୍ଜୀ କହିଛନ୍ତି ‘‘ନାମାଙ୍କନ ଦାଖଲ କରିବା ସମୟରେ ବିରୋଧୀ ଦଳ ହିଂସା ବଢ଼ାଇବା ଏବଂ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟର ଛବି ଖରାପ ହେଉ ବୋଲି ଚାହୁଛନ୍ତି। ସିପିଆଇଏମ ଏବଂ ଆଇଏସଏଫ କର୍ମୀ ହିଂସା କରୁଛନ୍ତି।’’

ସେପଟେ ସିପିଆଇଏମର ରାଜ୍ୟ ସଚିବ ମହମ୍ମଦ ସଲିମ ପାଲଟା ଅଭିଯୋଗ କରିଛନ୍ତି ଯେ ଆକ୍ରମଣ ପଛରେ ଟିଏମସିର ହାତ ରହିଛି। ସେ କହିଛନ୍ତି ଯେଉଁ ଲୋକଙ୍କ ଉପରେ ଆକ୍ରମଣ ହୋଇଛି ସେମାନେ ବାମ ପନ୍ଥୀ ଏବଂ କଂଗ୍ରେସର ସମର୍ଥକ ଏବଂ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ଚୋପ୍ରା ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଭରିବାକୁ ଯାଉଥିଲେ।

ଆହୁରି ପଢ଼ନ୍ତୁ: କ’ଣ ମଧ୍ୟପ୍ରଦେଶରେ ବିଜେପିଠୁ କ୍ଷମତା ଛଡ଼ାଇ ପାରିବ କଂଗ୍ରେସ ? ସାମ୍ନାକୁ ଆସିଲା OPINION POLL

   Related Posts