scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମମତା ସରକାରଙ୍କୁ ବଡ଼ ଝଟକା; ୩୬,୦୦୦ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ

12/05/2023 at 10:17 PM

ନୂଆଦିଲ୍ଲୀ, ୧୨/୦୫: ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ କଲିକତା ହାଇକୋର୍ଟ ବଡ଼ ଆଦେଶ ଦେଇଛନ୍ତି। କଲିକତା ହାଇକୋର୍ଟ ବିଚାରପତି ଅଭିଜିତ୍‌ ଗଙ୍ଗୋପାଧ୍ୟାୟଙ୍କ ସିଙ୍ଗିଲ ବେଞ୍ଚ, ରାଜ୍ୟରେ ୨୦୧୬ରେ କରାଯାଇଥିବା ୩୬ ହଜାର ନିଯୁକ୍ତି ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି। ନିଯୁକ୍ତି ପାଇଁ ହୋଇଥିବା ଇଣ୍ଟରଭ୍ୟୁ ବଡ଼ ଆକାରରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଇଣ୍ଟରଭ୍ୟୁ ଦେଇଥିବା ବ୍ୟକ୍ତିମାନେ ସାକ୍ଷୀ ଦେଇଥିଲେ ଯେ ନିଯୁକ୍ତି ପରୀକ୍ଷାରେ ଆପ୍ଟିଚ୍ୟୁଡ ଟେଷ୍ଟ ମଧ୍ୟ କରାଯାଇନଥିଲା।

ନିଯୁକ୍ତି ରଦ୍ଦ କରିବା ସହ ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବେଞ୍ଚ କହିଛନ୍ତି ୩୬,୦୦୦ ନିଯୁକ୍ତି ରଦ୍ଦ କରାଯିବ। ବୋର୍ଡ ଖାଲି ପଦବୀ ପାଇଁ ନିଯୁକ୍ତି ବ୍ୟବସ୍ଥା କରିବ। କୋର୍ଟ ତିନି ମାସ ମଧ୍ୟରେ ପୂରା ନିଯୁକ୍ତି ପ୍ରକ୍ରିୟା ସାରିବାକୁ କହିଛନ୍ତି। ଏହା ସହ ସଂପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ନିଯୁକ୍ତି ୨୦୧୬ରେ ହୋଇଥିଲା। ୨୦୧୪ରେ ଟିଇଟି ପରୀକ୍ଷା ଆଧାରରେ ୪୨ ହଜାର ୫୦୦ ଲୋକଙ୍କୁ ନିଯୁକ୍ତି କରାଯାଇଥିଲା। ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ସିଙ୍ଗିଲ ବେଞ୍ଚ ୩୬ ହଜାର ନିଯୁକ୍ତି ରଦ୍ଦ କରବାକୁ ଆଦେଶ ଦେଇଛନ୍ତି। ଯେଉଁମାନଙ୍କର ଚାକିରି ସମାପ୍ତ କରିବାକୁ ଆଦେଶ ଦିଆଯାଇଛି, ସେମାନେ ଅଶପ୍ରଶିକ୍ଷିତ ଶିକ୍ଷକ। କୋର୍ଟ କହିଛନ୍ତି ଯେ ଆଗାମୀ ଚାରି ମାସରେ ସ୍କୁଲ ଯାଇପାରିବେ, କିନ୍ତୁ ବେତନ ଅସ୍ଥାୟୀ ଶିକ୍ଷକ ଭାବରେ ମିଳିବ। ତିନି ମାସ ମଧ୍ୟରେ ନୂଆ ନିଯୁକ୍ତି ପାଇଁ ଆଦେଶ ଦିଆଯାଇଛି।

୨୦୨୨ରେ ମାମଲାକୁ ନେଇ ଜଷ୍ଟିସ୍‌ ଗଙ୍ଗୋପାଧ୍ୟାୟଙ୍କ ପୀଠ କହିଥିଲେ ଯେ ଆବଶ୍ୟକ ପଡ଼ିଲେ ହାଇକୋର୍ଟ ପାସ୍ କରିଥିବା ସଂପୂର୍ଣ୍ଣ ପ୍ୟାନେଲ ରଦ୍ଦ କରିପାରନ୍ତି। ମାମଲାରେ ସିବିଆଇ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଞ୍ଚ ଆରମ୍ଭ କରିଥିଲା। ପରେ ଇଡି ମଧ୍ୟ ମନିଲଣ୍ଡ୍ରିଂ ଦିଗରେ ମାମଲାର ଯାଞ୍ଚ କରିଥିଲା।

   Related Posts