ଆସୁଛି ବଡ଼ଦିନ: ସୋଆ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଣ୍ଟରେ କେକ୍‌ ମିକ୍ସିଙ୍ଗ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମ

Published By : Prameya-News7 Bureau | November 26, 2022 IST

ଭୁବନେଶ୍ୱର ୨୬/୧୧: ଆସୁଥିବା ବଡ଼ଦିନକୁ ଦୃଷ୍ଟିରେ ଏହାକୁ ଅଧିକ ଚଳଚଞ୍ଚଳ କରିବାକୁ ଅନୁଷ୍ଠିତ ହେଲା କେକ୍‌ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ। ଭୁବନେଶ୍ୱରରେ ଥିବା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସ୍କୁଲ୍‌ ଅଫ ହୋଟେଲ୍‌ ମ୍ୟାନେଜମେଣ୍ଟରେ ଶନିବାର ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହିକାର୍ଯ୍ୟକ୍ରମକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଦ୍ରବ୍ୟ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୁଏ।

{"id":714087,"width":495,"height":351,"sizeSlug":"full","linkDestination":"none"}

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦାରେ ପ୍ରସ୍ତୁତ ହୋଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌‌ସ, ଚେରି, ଟୁଟି ଫ୍ରୁଟି, କାନ୍‌ବେରୀ, ଖଜୁରୀ ପ୍ରଭୃତି ୭୦ ପ୍ରକାର ଦ୍ରବ୍ୟ ବ୍ୟବହାର କରାଯାଏ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟାରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଭୁବନେଶ୍ୱରରେ ଥିବା ତାଜ ବିଭାନ୍ତ ହୋଟେଲ୍‌ର ଏଚ୍‌ଆର୍ ମ୍ୟାନେଜର ଶ୍ରୀ ଉଦୟ ଶଙ୍କର ସ୍ୱାଇଁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆ ସ୍କୁଲ୍‌  ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟର ଡିନ୍ ଡକ୍ଚର ସପନ କୁମାର ସାଢ଼ୁଆଲ୍‌, ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏବଂ ଅନ୍ୟ  ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ  ଓ ସଦ୍ୟସ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ ଏବଂ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.