ଜଳସେଚନ ପ୍ରକଳ୍ପରେ ଅନିୟମିତତା ଧରିଲେ CAG, ୧୩ ବର୍ଷ ବଦଳରେ ୪୩ ବର୍ଷରେ ସରିଛି ରେଙ୍ଗାଲି ପ୍ରକଳ୍ପ

Published By : Prameya-News7 Bureau | March 31, 2022 IST

ଭୁବନେଶ୍ୱର, ୩୧।୦୩: ଜଳସେଚନ ପ୍ରକଳ୍ପରେ ଅନିୟମିତତା ଧରିଲେ CAG । ୫ ଲକ୍ଷ ହେକ୍ଟର ଜଳସେଚନ ପାଇଁ ଖର୍ଚ୍ଚ ହୋଇଛି ୧୨,୭୪୨ କୋଟି । ବାସ୍ତବରେ ଜଳସେଚିତ ହୋଇଛି ୧ ଲକ୍ଷ ୨୨ ହଜାର ହେକ୍ଟର ଜମି । ଯାହାକି ପ୍ରକଳ୍ପ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୪ ପ୍ରତିଶତ । ରେଙ୍ଗାଲି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଲାଗିଛି ୪୩ ବର୍ଷ । ପ୍ରକଳ୍ପ ଲାଗି ସମୟ ସୀମା ଥିଲା ୧୩ ବର୍ଷ । ପ୍ରକଳ୍ପ କାମରେ ବିଳମ୍ବ, ଧିମା ଜମି ଅଧିଗ୍ରହଣ ହୋଇଛି । ଜଳସେଚନ ପ୍ରକଳ୍ପରେ ଅନିୟମିତତା, ବିଳମ୍ବ ପାଇଁ ୫୫୫ କୋଟି କ୍ଷତି ମଧ୍ୟ ହୋଇଥିବା ସିଏଜି କହିଛନ୍ତି ।  ପ୍ରକଳ୍ପ ପାଇଁ କ୍ଷତିପୂରଣ ରାଶି ୨୮୨ କୋଟି ଦିଆଯାଇଥିଲା । କିନ୍ତୁ ବିନିଯୋଗ ପ୍ରମାଣପତ୍ର ମାତ୍ର ୭୦.୯୩ କୋଟିର ଦିଆଯାଇଥିବା ସିଏଜି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.