ଏହି ସହରରେ ଖୋଲିଲା ଏସିଆର ପ୍ରଥମ କାଫେ, ଯେଉଁଠି କରନ୍ତି କାମ ଏଚ୍.ଆଇ.ଭି ପଜିଟିଭ୍ କର୍ମଚାରୀ

Published By : Prameya-News7 Bureau | April 08, 2022 IST

ନୂଆଦିଲ୍ଲୀ ୦୮।୦୪ : ଏଚ.ଆଇ.ଭି ପଜିଟିଭ ଲୋକମାନଙ୍କ ପାଇଁ ଚାକିରି ପାଇବା ଅତ୍ୟନ୍ତ କଷ୍ଟକର । ପ୍ରାୟତଃ ତାଙ୍କୁ ବହୁତ କାର୍ଯ୍ୟରୁ ଦୂରରେ ରଖାଯାଏ। ବର୍ତ୍ତମାନ ତାଙ୍କ ପାଇଁ ଏପରି କିଛି ସଂଗଠନ ଯାହାକି ଏହି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରାଯାଇଛି । କୋଲକାତାରେ ଏଭଳି ଏକ କାଫେ ଖୋଲାଯାଇଛି। ସେହି ସ୍ଥାନ କଫି ଏବଂ ସାଣ୍ଡୱିଚ୍ ପାଇଁ ବେଶ୍‌ ପ୍ରସିଦ୍ଧ । ଅଧିକାଂଶ ସମୟରେ, କାର୍ଯ୍ୟରତ ତଥା କର୍ମଚାରୀ ଲୋକ ଏବଂ କଲେଜ ଛାତ୍ରମାନଙ୍କ ଭିଡ଼ ଜମିଥାଏ । ଏହାର ବିଶେଷ କଥା ହେଉଛି ଏଠାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏଚ୍.ଆଇ.ଭି ପଜିଟିଭ୍ ଅଟନ୍ତି। ତାହା ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏସିଆର ଏହା ହେଉଛି ପ୍ରଥମ କାଫେ । ଯେଉଁଠାରେ ଏଚ୍.ଆଇ.ଭି ପଜିଟିଭ୍‌ ଲୋକମାନେ କାମ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଏହି କାଫେର ନାମ 'କାଫେ ପଜିଟିଭ' ରଖାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା। ଏଚ୍.ଆଇ.ଭି ପଜିଟିଭ୍ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା। ଏହି କସଫେ ଆନନ୍ଦଗର ଏନଜିଓ ଦ୍ୱାରା ପରିଚାଳିତ ହେଉଛି। ଏହା କଲୋଲ ଘୋଷଙ୍କ ଦ୍ୱାରା ପ୍ରତିଷ୍ଠିତ। ଏଥିରେ ଏନଜିଓ ଭିନ୍ନକ୍ଷମ ପିଲା ଏବଂ ଏଚ୍.ଆଇ.ଭି ପଜିଟିଭ୍ ଲୋକଙ୍କ ପାଇଁ କାମ କରେ । ଏହାକୁ ନେଇ କଲୋଲ ଘୋଷ କହିଛନ୍ତି ଯେ ଫ୍ରାଙ୍କଫର୍ଟର ଏକ କାଫେ ଦ୍ୱାରା ସେ ଅନୁପ୍ରାଣିତ ହୋଇଥିଲେ। ଯାହା ସମ୍ପୁର୍ଣ୍ଣ ଭାବରେ ଏଚ୍.ଆଇ.ଭି ପଜିଟିଭ୍ ଦ୍ୱାରା ପରିଚାଳିତ ହେଉଥିଲା।

ଘୋଷ କହିଛନ୍ତି ଯେ ସେ ଭାରତରେ ଏହିପରି ୩୦ଟି କାଫେ ଖୋଲିବାକୁ ଯୋଜନା କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ତାଲିମ ପାଇଁ ୮୦୦ ଲୋକଙ୍କୁ ତାଲିକା ମଧ୍ୟ କରିଛନ୍ତି । ପ୍ରଥମେ ସେ କାଫେ ଖୋଲିବାବେଳେ ଏହା କାମ କରିବ ନାହିଁ ବୋଲି ଭାବି ଥିଲେ, ତଥାପି, ଲୋକମାନେ ବର୍ତ୍ତମାନ ଆସିବା ଆରମ୍ଭ କରିଛନ୍ତି । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଏଠାରେ କାର୍ଯ୍ୟ କରୁଥିବା ଲୋକମାନେ ଏଚ୍.ଆଇ.ଭି ପଜିଟିଭ୍ ଅଛନ୍ତି।  କିଛି ରୁହନ୍ତି ଏବଂ ଆଉ କିଛି ଚାଲିଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.