ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସବୁ କେବୁଲ ସେବା

Published By : Prameya-News7 Bureau | January 23, 2019 IST

ଦିଲ୍ଲୀ ୨୩/୧ : ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ କେବୁଲ ଟିଭି ସେବା । ଟ୍ରାଇର ନୂଆ ନିୟମକୁ ବିରୋଧ କରି ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ ପକ୍ଷରୁ କାଲି ଦିନ ସାରା ଦେଶରେ କେବୁଲ ସେବା ବନ୍ଦ କରିବା ସହ ଧାରଣା ଦିଆଯିବ । ଯାହାକୁ ସମର୍ଥନ ଜଣାଇଛି ଓଡ଼ିଶା ଲୋକାଲ୍ କେବୁଲ ଅପରେଟର । ଯେଉଁଥିପାଇଁ ଆସନ୍ତାକାଲି ରାଜ୍ୟର ସବୁ କେବୁଲ ସେବା ବନ୍ଦ ରହିବ । ନୂଆ ନିୟମରେ ସାଧାରଣ ଲୋକେ ଲାଭ ପାଇବେ ବୋଲି ଟ୍ରାଇ ପକ୍ଷରୁ କୁହାଯାଉଥିବା ବେଳେ ଏହି ନିୟମ ଲାଗୁ ହେଲେ ଜନସାଧାରଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ଅଭିଯୋଗ କରିଛି କେବୁଲ୍ ଅପରେଟର ସଂଘ ।

{"id":77182,"width":582,"height":334}
wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.