ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ସତୀଶ ମହାନା କରୋନାରେ ସଂକ୍ରମିତ : ଟ୍ବିଟ୍ କରି ଦେଲେ ସୂଚନା
29/08/2020 at 12:05 PM

କାନପୁର ୨୯/୮: ଉତ୍ତର ପ୍ରଦେଶ ସରକାରରେ ଔଦ୍ୟୋଗିକ ବିକାଶ ମନ୍ତ୍ରୀ ସତୀଶ ମହାନା କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍ କରି ଏହାର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଯେଉଁମାନେ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜର ଯାଞ୍ଚ କରାନ୍ତୁ।
କାନପୁରରେ କରୋନା ସଂକ୍ରମଣ ଜୋରସୋରରେ ବଢ଼ୁଛି ଏବଂ ମନ୍ତ୍ରୀ-ବିଧାୟକ ସମେତ ଅନେକ ନେତା କରୋନାର ଶିକାର ହୋଇଛନ୍ତି। କ୍ୟାବିନେଟ ମନ୍ତ୍ରୀ ସତୀଶ ମହାନା ଶୁକ୍ରବାର ନିଜର ଏବଂ ୧୩ଜଣ ଷ୍ଟାଫଙ୍କ କରୋନା ଟେଷ୍ଟ୍ କରାଇଥିଲେ ଯେଉଁଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଏହା ପରେ ପୁଣି ଥରେ ସାମ୍ପଲ୍ ଦେବା ପରେ ସେ ଲକ୍ଷ୍ନୌରୁ ଲାଲ ବଙ୍ଗଳା ସ୍ଥିତ ନିଜ ଘରକୁ ଆସିଥିଲେ। ବିଳମ୍ବିତ ରାତିରେ ଅନ୍ୟ ଏକ ଯାଞ୍ଚ ରିପୋର୍ଟ ଆସିବା ପରେ ସୂଚିତ କରାଯାଇଥିଲା ଯେ ତାଙ୍କୁ ଏବଂ ତାଙ୍କ ୩ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ।
